ଦେବଗଡ଼ ୨୭।୦୩ : ଦେବଗଡ଼ରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ । ଦୌଡ଼ିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଗଲେ ପରୀକ୍ଷାର୍ଥୀ । ସେଠାରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଦେବଗଡ଼ ଜିଲ୍ଲାରେ ୬୦ଟି ହୋମଗାର୍ଡ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହିକ୍ରମରେ ବୁଧବାର ଦିନ ହୋମଗାର୍ଡ ପଦବୀ ଲାଗି ଶାରୀରିକ ପରୀକ୍ଷା ହେଉଥିଲେ । ଏହି ସମୟରେ ବୁଡ଼ିଦୋ ଗାଁର ପ୍ରଦୀପ କୁମାର ଦେହୁରୀଙ୍କ ପୁଅ ସାହେବ ଦେହୁରୀ ଦୌଡ଼ିବା ବେଳେ ଅଚେତ ହୋଇ ପଡିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ସାହେବ ଦେହୁରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଅତ୍ୟଧିକ ଖରାରେ ଦୌଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।