ଅରେଞ୍ଜ କ୍ୟାପ ରେସ୍‌ରେ ୫ ବ୍ୟାଟର, ପର୍ପଲ କ୍ୟାପ୍‌ ନିକଟତର ଏହି ସବୁ ପ୍ଲେୟର…

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ ୦୭।୦୪:  ଆଇପିଏଲ୍ ୨୦୨୫ରେ ଏପର୍ଯ୍ୟନ୍ତ ଖେଳାଯାଇଛି ୧୯ ଟି ମ୍ୟାଚ୍ । ଗୋଟିଏ ପଟେ ୧୦ଟି ଦଳ ଟାଇଟଲ ପାଇଁ ଲଢେଇ କରୁଥିବା ବେଳେ ଅନ୍ୟପଟେ କିଛି ପ୍ଲେୟର ଅରେଞ୍ଜ ଏବଂ ପର୍ପଲ୍‌ କ୍ୟାପ ପାଇଁ ଜୋରଦାର କରୁଛନ୍ତି ପ୍ରୟାସ ।  ବର୍ତ୍ତମାନ ଅରେଞ୍ଜ କ୍ୟାପ୍‌ ଲକ୍ଷ୍ନୌ ସୁପରଜାଏଣ୍ଟସର ନିକୋଲାସ୍ ପୁରନ୍ ଏବଂ ପର୍ପଲ୍‌ କ୍ୟାପ୍ ଚେନ୍ନାଇ ସୁପର କିଙ୍ଗ୍ସର ନୁର ଅହମ୍ମଦଙ୍କ ପାଖରେ ରହିଛି । କିନ୍ତୁ ଏ ଚିତ୍ର ଆଗକୁ ବଦଳିପାରେ । 

ଅରେଞ୍ଜ କ୍ୟାପ୍ ତାଲିକାରେ ବର୍ତ୍ତମାନ ଲକ୍ଷ୍ନୌ ସୁପର ଜାଏଣ୍ଟସପର ବିସ୍ଫୋରକ ବ୍ୟାଟର ନିକୋଲାସ ପୁରନ ପ୍ରଥମ ସ୍ଥାନରେ ଅଛନ୍ତି । ଏପର୍ଯ୍ୟନ୍ତ ସେ ୪ଟି ମ୍ୟାଚରେ ୨୦୧ ରନ୍ ସ୍କୋର କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୧୮ ଚୌକା ଏବଂ ୧୬ଟି ଛକା ଆସିଛି। ଚଳିତ ସିଜିନରେ ସାଇ ସୁଦର୍ଶନଙ୍କର ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି । ସେ ଲଗାତାର ଗୁଜୁରାଟ ଟାଇଟାନ୍ସ ପାଇଁ ରନ୍ ସ୍କୋର କରୁଛନ୍ତି । ସାଇ ସୁଦର୍ଶନ ଚଳିତ ସିଜିନ୍‌ରେ ୧୯୧ ରନ୍ ସ୍କୋର କରିଛନ୍ତି । ୧୫୦.୩୯ ଷ୍ଟ୍ରାଇକ୍ ହାରରେ ସୁଦର୍ଶନ ରନ୍ ସ୍କୋର କରି ଏହି ଲିଷ୍ଟର ୨ୟରେ ରହିଛନ୍ତି।

ଏହାପଛକୁ ରହିଛନ୍ତି ମିଚେଲ ମାର୍ଶ । ଚଳିତ ସିଜନରେ ଏପର୍ଯ୍ୟନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୪ଟି ମ୍ୟାଚରେ ୧୮୪ ରନ୍ ସଂଗ୍ରହ କରିଛନ୍ତି । ଅରେଞ୍ଜକ୍ୟାପ୍‌  କ୍ୟାପ୍ ପାଇଁ ଲିଷ୍ଟର ୪ର୍ଥରେ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । MIର ଏହି ବ୍ୟାଟର ୪ଟି ମ୍ୟାଚ୍ ରେ ୧୭୧ ରନ୍ ସଂଗ୍ରହ କରିଛନ୍ତି ।  ସୋମବାର ସୂର୍ଯ୍ୟ ପୁରାନଙ୍କ ଠାରୁ ଏହି କ୍ୟାପ୍ ଛଡ଼ାଇ ପାରନ୍ତି । 

ଚଳିତ ସିଜିନରେ ଜୋସ୍ ବଟଲର୍ ଏ ପର୍ଯ୍ୟନ୍ତ ୧୬୬ ରନ୍‌ କରିଛନ୍ତି । ଗୁଜରାଟ ଟାଇଟନ୍ସର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆଇପିଏଲ୍ ୨୦୨୫ରେ ୩ ନମ୍ବରରେ ଖେଳୁଛନ୍ତି । 

ତେବେ ବର୍ତ୍ତମାନ ପର୍ପଲ କ୍ୟାପ୍‌କୁ କବ୍ଜା କରିଛନ୍ତି ନୁର ଅହମ୍ମଦ । ଚେନ୍ନାଇ ସୁପର କିଙ୍ଗ୍ସର ନୁର ଅହମ୍ମଦ ୧୦ ୱିକେଟ୍ ସହ ଶୀର୍ଷରେ ଅଛନ୍ତି।  କିନ୍ତୁ ପର୍ପଲକ୍ୟାପ୍‌ ଦୌଡ଼ରେ ଅଛନ୍ତି ସିରାଜ ଏବଂ ଷ୍ଟାର୍କ । ଗୁଜୁରାଟ ଟାଇଟାନ୍ସର ମହମ୍ମଦ ସିରାଜ ମଧ୍ୟ ୪ଟି ମ୍ୟାଚ୍‌ରେ ୯ ୱିକେଟ୍ ନେଇଛନ୍ତି । ମାତ୍ର ଗୋଟିଏ ୱିକେଟ୍ ନୁରଙ୍କ ପଛରେ ରହିଛନ୍ତି ସିରାଜ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ଷ୍ଟାର୍କ ମଧ୍ୟ ପର୍ପଲ କ୍ୟାପ୍  ରେସ୍‌ରେ ରହିଛନ୍ତି । ସେ ୩ଟି ମ୍ୟାଚ୍‌ରେ ୯ ୱିକେଟ୍ ନେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.