ବୁମରାଙ୍କ ପ୍ରତ୍ୟାବର୍ତ୍ତନରେ ମୁମ୍ବାଇରୁ ବାଦ୍ ପଡ଼ିବେ ଦୁଇ ଖେଳାଳି ! ଏମିତି ରହିପାରେ ପ୍ଲେଇଙ୍ଗ XI

Published By : Prameya-News7 Bureau | April 07, 2025 IST

ମୁମ୍ବାଇ: ଆଇପିଏଲ୍ ୨୦୨୫ର ୨୦ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ମୁମ୍ବାଇ ଦଳ ପାଇଁ ଆଶ୍ଵସ୍ତିକର ଖବର ଏହା ଯେ, ଦୁର୍ଦ୍ଦଷ ବୋଲର ଯଶପ୍ରୀତ ବୁମରା ଦଳରେ ଯୋଗ ଦେଇଛନ୍ତି। ସେ ଆଜିର ମ୍ୟାଚ୍ ଖେଳିବା ପାଇଁ ଉପଲବ୍ଧ ରହିବେ। ତାଙ୍କୁ ଗତକାଲି ଅଭ୍ୟାସ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରତ୍ୟାବର୍ତ୍ତନରେ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦଳରୁ ଦୁଇ ଖେଳାଳିଙ୍କ ଛୁଟି ହୋଇପାରେ। 

ବୁମରାଙ୍କ ଆଗମନ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ଆକ୍ରମଣକୁ ଆହୁରି ଶକ୍ତିଶାଳୀ କରିଛି। ଦଳରେ ପୂର୍ବରୁ ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ପରି ବୋଲର ରହିଛନ୍ତି। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଲୟରେ ରହିଛନ୍ତି। ଗତ ମ୍ୟାଚ୍‌ରେ ସେ ୫ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଏମିତି ସ୍ଥିତିରେ ଅଶ୍ଵନୀ କୁମାରଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଗତ ମ୍ୟାଚ୍‌ରେ ଯେଉଁ ଭଳି ନମନ ଧୀର ବ୍ୟାଟିଂ କରିଛନ୍ତି, ଏହା ଦେଖି ତିଳକ ବର୍ମାଙ୍କ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି। 




ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚଳିତ ସିଜିନରେ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ୨ଟି ଜିତିଛି। ଦଳର ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଛି। ଗତ ମ୍ୟାଚ୍‌ରେ ଦଳ ଗୁଜରାଟ ଟାଇଟନ୍ସଠୁ ହାରିଥିଲେ ମଧ୍ୟ ପୁଣି ଥରେ ବିଜୟ ମାର୍ଗକୁ ଫେରିବା ଲକ୍ଷ୍ୟରେ ଦଳ ଆଜି ମଇଦାନକୁ ଓହ୍ଲାଇବ। ଅନ୍ୟପଟେ ମୁମ୍ବାଇ ୪ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତି ପାରିଛି। ଆରସିବି ପଏଣ୍ଟ ତାଲିକାର ତୃତୀୟ ରହିଥିବା ବେଳେ ମୁମ୍ବାଇ ଅଷ୍ଟମ ସ୍ଥାନରେ ରହିଛି। 

Also read: ଏବେ MIର ହିରୋ ହୋଇ ନାହାନ୍ତି ରୋହିତ ଶର୍ମା ! ଦଳରେ ଚାଲିଛି କି ବିବାଦ ?

ଆଇପିଏଲ୍‌ରେ ଉଭୟ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍ ଖେଳା ଯାଇଛି। ଏଥିରେ ମୁମ୍ବାଇ ୧୯ଟି ଜିତିଥିବା ବେଳେ ବେଙ୍ଗାଲୁରୁ ୧୪ଟି ମ୍ୟାଚ୍ ନିଜ ନାଁରେ କରି ପାରିଛି। ମାତ୍ର ଗତ ୫ଟି ମ୍ୟାଚ୍ ଦେଖିଲେ ଆରସିବିର ପଲ୍ଲା ଭାରି ରହିଛି। ଏଥିରୁ ଆରସିବି ୩ଟି ଓ ମୁମ୍ବାଇ ୨ଟି ମ୍ୟାଚ୍ ଜିତିଛି। 

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବିତ ଏକାଦଶ

ରିୟାନ ରିକଲଟନ(ଓ୍ଵିକେଟ୍ କିପର), ରୋହିତ ଶର୍ମା, ଓ୍ଵିଲ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ନମନ ଧୀର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ମିଚେଲ୍ ସାଣ୍ଟନର, ଯଶପ୍ରୀତ ବୁମରା, ଭିଗ୍ନେଶ ପୁଥୁର, ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.