ଭୁବନେଶ୍ବର ୨୦।୩: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଏବଂ ସୁନ୍ଦରଗଡ । ସେହିପରି କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ରହିବ ।
ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବରଗଡ, ସୋନପୁର, ବୌଦ୍ଧ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିସହ କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସେହିପରି ଶୁକ୍ରବାର ୫ ଜିଲ୍ଲାରେ ବିଜୁଳି ଘଡଘଡିଜନିତ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର, ବୌଦ୍ଧ, କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଏଭଳି ପାଗ ଆସନ୍ତା ୨୩ ତାରିଖ ଯାଏଁ ରହିବ । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବାୟୁମଣ୍ଡଳ ଉପରି ଭାଗରେ ଲଘୁଚାପ ପ୍ରଭାବ ରହିଛି । ଏଥିସହ ଉତ୍ତର ପଶ୍ଚିମ ଭାରତରେ ଏକ ଟ୍ରପ୍ ଲାଇନ୍ ରହିଛି । ଏହା ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ଏଥିସହ କେତେକ ସ୍ଥାନରେ ପବନର ବେଗ ୭୦-୭୫ କିଲୋମିଟର ଯାଏଁ ରହିବ ବୋଲି ବିଶେଷଜ୍ଞ କହିଛନ୍ତି ।
You Can Read:
ବଡ଼ଚଣାରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ, ନାରୀ ନିର୍ଯାତନା ପ୍ରସଙ୍ଗରେ ଖୁବ୍ ବର୍ଷିଲେ