ବଡ଼ଚଣାରେ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ, ନାରୀ ନିର୍ଯାତନା ପ୍ରସଙ୍ଗରେ ଖୁବ୍ ବର୍ଷିଲେ

Published By : Prameya-News7 Bureau | March 20, 2025 IST

ଚଣ୍ଡିଖୋଲ ୨୦: ଯାଜପୁର ଜିଲ୍ଲା ଗସ୍ତରେ ପିସିସି ସଭାପତି ଭକ୍ତ ଚରଣ ଦାସ । ବଡ଼ଚଣା ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି ପିସିସି ସଭାପତି । ଚଣ୍ଡିଖୋଲ ଛକରେ ପହଞ୍ଚିବା ପରେ ବଡ଼ଚଣା ବ୍ଲକ କଂଗ୍ରେସ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପିସିସି ସଭାପତିଙ୍କ ସହ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଓ କଂଗ୍ରେସ ନେତବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । 

ବଡ଼ଚଣା କଂଗ୍ରେସର ନେତା ଓ କର୍ମୀ ପିସିସି ସଭାପତି ଓ ପ୍ରଭାରୀଙ୍କୁ ପାଛୋଟି ନେଇଥିଲେ । ପ୍ରଭୁ ମହାବିନାୟକଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ସେଠାରୁ ସେ ଯାଇ ବରୀ କଲେଜରେ ଅସଦାଚରଣ ପୀଡ଼ିତା ଛାତ୍ରୀଙ୍କୁ ଚଣ୍ଡିଆ ସ୍ଥିତ ବାସଭବନରେ ଭେଟିଥିଲେ । ପୀଡ଼ିତା ଓ ତାଙ୍କ ପରିବାର ସହ ମଧ୍ୟ ଆଲୋଚନା କରିଥିଲେ ପିସିସି ସଭାପତି ଓ ପ୍ରଭାରୀ । ପୁନର୍ବାର ଘଟଣାର ପୋଲିସ ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ନଚେତ ଆଗାମୀ ଦିନରେ କଂଗ୍ରେସ ଏସ୍‌ପି ଅଫିସ ଘେରାଉ କରିବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି । ରାଜ୍ୟରେ ନାରୀ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ପ୍ରଭାରୀ କହିଛନ୍ତି ।


You Can Read:

ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ କରାଯାଇନି ସେପର୍ଯ୍ୟନ୍ତ ଲଢେଇ ଜାରି ରହିବ : କଂଗ୍ରେସ ବିଧାୟକ ଦଳ ନେତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.