ଭୁବନେଶ୍ବର ୯।୧: ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହି ୨ ଜଣ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ ।
ପୂର୍ବରୁ ୩ ଅଭିଯୁକ୍ତ ରବି ନାୟକ, ଲକ୍ଷ୍ମୀଧର ନାୟକ ଏବଂ ଲିପିକା ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । କମିସନରେଟ୍ ପୋଲିସ ସହିତ ସ୍ପେଶାଲ ସ୍କ୍ବାର୍ଡ ତିନି ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ପୂର୍ବ ଯୋଜନା ମୁତାବକ ଧଉଳି ଥାନା ଅନ୍ତର୍ଗତ ଦୟାନଦୀ କୂଳ ନଦୀପଠାରେ ଏକାଠି ହୋଇଥିଲେ । ସେଠାରେ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଦୁଇଟି ମାଂସକଟା ଚାପଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ସେହି ଜରି ବ୍ୟାଗ୍ରେ ଭର୍ତ୍ତି କରି ଦୟା ନଦୀ ପାଣିକୁ ଫୋପାଡି ଦେଇଥିଲେ । ସିନ୍ ରିକ୍ରିଏସନ୍ ସମୟରେ ଏହିସବୁ ଏଭିଡେନ୍ସକୁ ଜବତ କରିଛି ତଦନ୍ତକାରୀ ଟିମ୍ । ରବି ନାୟକ ଏହିସବୁ ସାମଗ୍ରୀକୁ ପୋଲିସକୁ ଦେଖାଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ଏଠାରେ ଏକାଠି ହେବା ପରେ ଲକ୍ଷ୍ମୀଧର ନୟାଗଡ ଚାଲିଯାଇଥିଲା । ଏମାନଙ୍କ ସହିତ ଥିବା ରବି ଓ ତାର ପତ୍ନୀ ଲିପିକା କେଦାରପଲ୍ଲୀ ବସ୍ତିକୁ ଫେରି ଆସିଥିଲେ ।
କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ଗତ ତିନି ମାସ ପୂର୍ବରୁ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ତେବେ ଧରାପଡିଥିବା ରବି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ନାହିଁ ବୋଲି କହିଛି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାର୍ଡ ତିନୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଆଉ ଦୁଇ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି ।
You Can Read:
ମାଲକାନଗିରି ସୀମାନ୍ତରେ ଏନ୍କାଉଣ୍ଟର, ପୋଲିସ ଗୁଳିଲେ ଟଳିଲେ ୩ ମାଓବାଦୀ