ପୁରୀ ୨୫/୧୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି। ସେଥିପାଇଁ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ।
ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପହର ଧୂପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତା ଲାଗି କରିବେ। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ।
ସୂଚନା ଥାଉକି, ମାର୍ଗଶୀର କୃଷ୍ଣ ଦଶମୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ସମ୍ପନ୍ନ ହୋଇଥାଏ । ଦାରୁଦିଅଁଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ଣରେ ଏହି ନୀତି ସମ୍ପନ୍ନ ହେବ । ଏଣୁ ଭକ୍ତମାନେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ।
ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ । ସୋମବାର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ପଇତା ଲାଗି ସମୟ ଧାର୍ଯ୍ୟ ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।