ଟି-୨୦ ବିଶ୍ୱ କପ : ଦକ୍ଷିଣ ଆଫ୍ରିକାକୁ ୧୮୬ ରନର ବିଜୟ ଲକ୍ଷ୍ୟ ଦେଲା ପାକିସ୍ତାନ

Published By : Prameya-News7 Bureau | November 03, 2022 IST

ସିଡନୀ: ଗୁରୁବାର ଟି-୨୦ ବିଶ୍ୱ କପରେ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଉଛି । ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୮୫ ରନ କରିଛି । ଦ.ଆଫ୍ରିକା ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ମଦମ୍ମଦ ରିଜୱାନ ପ୍ରଥମ ଓଭରରେ ୪ ରନ କରି ପାର୍ନେଲଙ୍କ ବଲରେ ଆଉଟ ହୋଇଥିଲେ । ଅଧିନାୟକ ବାବର ଆଜାମ ନିଜର ବ୍ୟକ୍ତିଗତ ସ୍କୋର ୬ରେ ନିଗଡିଙ୍କ ଶିକାର ହୋଇଥିଲେ। ପରେ ଇଫତିକାର ଅହମଦ ଏବଂ ଶହଦାବ ଖାନ ପାଳିକୁ ସମ୍ଭାଳିଥିଲେ । ଦୁହେଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଦଳ ପାଇଁ ଶହଦାବ ଖାନ ୨୨ ବଲରୁ ସର୍ବାଧିକ ୫୨ ରନ କରିଥିଲେ। ଇଫତିକାର ଅହମଦ ୩୫ ବଲରେ ୫୧ ରନ କରିଥିଲେ । ପାକିସ୍ତାନ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୫ ରନ କରିବାରେ ସଫଳ ହୋଇଥିଲା । ଦ.ଆଫ୍ରିକା ପକ୍ଷରୁ ଆନରିଚ୍ ନୋର୍ତଜେ ୪ ୱିକେଟ ହାସଲ କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.