୧୫୦କୁ ଅଧିକ ଆତଙ୍କୀ ସଂଗଠନ, ଭାରତ ବିରୋଧରେ ଷଡ଼ଯନ୍ତ୍ର, କାଶ୍ନୀରକୁ ଟାର୍ଗେଟ୍; ଆତଙ୍କୀ ଫ୍ୟାକ୍ଟ୍ରି ଚଳାଉଛି ପାକସ୍ତାନ

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ; ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ ପାକିସ୍ତାନ । ୧୫୦କୁ ଅଧିକ ଆତଙ୍କୀ ସଂଗଠନ ଅପରେଟ୍ । ଲଞ୍ଚ୍ ପ୍ୟାଡ୍ କରି ଫ୍ୟାକ୍ଟ୍ରି ଚଳାଉଛି ପଡ଼ୋଶୀ ଦେଶ । ୩ ଦଶନ୍ଧି ଧରି ଚାଲୁଛି କାରଖାନା । ୧୯୪୭ରେ ଧର୍ମର ଆଢ଼ୁଆରେ ଦୁଇ ଖଣ୍ଡ ହୋଇଥିଲା ଭାରତ । ରେଡ୍ କ୍ଲିପ୍ ରେଖା ତିଆରି ହୋଇଛି ପାକିସ୍ତାନ । ବିଭାଜନ ବେଳେ ଗଣତାନ୍ତ୍ରିକ ପୋଷାକ ପିନ୍ଧି ବାହାସ୍ଫୋଟ ମାରୁଥିବା ପାକ୍‌ ଉପରେ ଏବେ ପ୍ରାଧାନ୍ୟ ବିସ୍ତାର କରିଛି ସାମରିକ ପୋଷାକ । ଆଉ ସେନାର ଛତ୍ରଛାୟା ତଳେ ଚାଲିଛି ଆତଙ୍କୀ ଫ୍ୟାକ୍ଟ୍ରି । ପାକିସ୍ତାନରେ ପ୍ରାୟ ୧୫୦ରୁ ଅତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି । ଏମାନଙ୍କୁ ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ଟ୍ରେଣ୍ଡ କରୁଛି । ଆଉ କାଶ୍ମୀରରେ ଅନୁପ୍ରବେଶ କରାଇ ଶାନ୍ତ ରାଜ୍ୟରୁ ଅଶାନ୍ତ କରାଉଛି । 

ଆଇଏସଆଇ ଇସାରାରେ ଚାଲୁଛି ଆତଙ୍କୀ ଫ୍ୟାକ୍ଟ୍ରି । ସନ୍ତ୍ରାସବାଦୀଙ୍କୁ ଟ୍ରେନିଂ ଦେଉଛି ପାକ୍ ସେନା । ପିଓକେ ଲଞ୍ଚ୍ ପ୍ୟାଡରୁ ଭାରତକୁ ହେଉଛି ଅନୁପ୍ରବେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ସେ ଦିନର ସେ ମନ୍ତବ୍ୟ ଆଜି ବି ଅକାଟ୍ୟବଚନ । ସେ କହିଥିଲେ, “ ଆମେ ବନ୍ଧୁକୁ ବଦଳାଇ ପାରିବା, ହେଲେ ପଡ଼ୋଶୀକୁ ନୁହେଁ । ଏହା ବର୍ଷ ବର୍ଷ ଧରି ଆମର ମୁଖ୍ୟ ସମସ୍ୟା ହୋଇଆସିଛି । ଆଉ ଯଦି ପଡ଼ୋଶୀ ପାକିସ୍ତାନ ହୁଏ, ତେବେ ସମସ୍ୟା ବିପଦ ପାଲଟିଯିବ ।“ ପାକିସ୍ତାନ ଗତ ତିନି ଦଶନ୍ଧି ଧରି ଭାରତକୁ ଆତଙ୍କବାଦୀ ପଠାଇ କାଶ୍ମୀରକୁ ଅସ୍ଥିର କରିବାକୁ ଉଦ୍ୟମ କରୁଛି । ଏବେ ତ ଏହାକୁ ସ୍ବୀକାର କରିଛନ୍ତି ଶହବାଜ ଶରିଫ୍  ସରକାରର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । 

୧୫୦ରୁ ଅଧିକ ଆତଙ୍କବାଦୀ ସଂଗଠନ ସହ ନ୍ୟୁକ୍ଲିୟାର ବୋମା ଦେଶ ବିଶ୍ବ ପାଇଁ ବିପଦ ପାଲଟିଛି । ୨୦୨୪ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହା କହି ସାରିଛନ୍ତି । ବିଶ୍ବର ବିପଦପୂର୍ଣ୍ଣ ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ଶୀର୍ଷରେ ରହିବ । ୨୦୨୪ରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମଧ୍ୟ ଏହା ଉପରେ ମୋହର ମାରିସାରିଛି । ଆଉ ୧୫୦ରୁ ଅଧିକ ଆତଙ୍କୀ ସଂଗଠନ ଓ ଆତଙ୍କୀବାଦୀଙ୍କୁ ବ୍ଲାକ୍ ଲିଷ୍ଟ୍ କରିଛି । ତଥାପି ସୁଧୁରୁନି ପାକ୍ ।

ଦକ୍ଷିଣ ଏସିଆ ଟେରରିଜିମ୍ ପାର୍ଟାଲ ବା ଏସଏଟିପି ଆନୁଯାୟୀ, ପାକିସ୍ତାନରେ ଏଭଳି ଏକ ରାଜ୍ୟ ନାହିଁ, ଯେଉଁଠି ଆତଙ୍କୀ ସଂଗଠନ ବା ଆତଙ୍କାବାଦୀ ନାହାନ୍ତି। ପଡ଼ୋଶୀ ଦେଶ ମୋଟ୍ ପାଞ୍ଚ ପ୍ରକାରର ଆତଙ୍କୀ କାର୍ଯ୍ୟ କରୁଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି, ଯେଉଁମାନେ ଦୁନିଆର କୌଣସି ଦେଶରେ ହମଲା କରିଥାନ୍ତି । ଦ୍ବିତୀୟରେ କେବଳ ଆଫଗାନିସ୍ତାନରେ ଆକ୍ରମଣ କରନ୍ତି । ତୃତୀୟ ସ୍ଥାନରେ ଥିବା ଆତଙ୍କୀ କେବଳ କାଶ୍ମୀରକୁ ଟାର୍ଗେଟ୍ କରିଥାନ୍ତି । ଚତୁର୍ଥ ସ୍ତରର ଆତଙ୍କୀ, ଦେଶ ଭିତରେ ନୀରିହ ଲୋକଙ୍କୁ ହତ୍ୟା କରିଥାନ୍ତି । ଆଫ ପଞ୍ଚମ ସ୍ତରର ଆତଙ୍କବାଦୀ ସିୟା ବହୁଳ ଅଞ୍ଚଳରେ ହମଲା କରିଥାନ୍ତି ।

ଏହାଛଡ଼ା ପଡ଼ୋଶୀ ଦେଶ ପାଞ୍ଚ ବଡ଼ ଆତଙ୍କୀ ସଂଗଠନକୁ ପାଳିଛି । ସେମାନଙ୍କ ମଧ୍ୟରେ ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟର ମାଇଣ୍ଡ୍ ହାଫିଜ୍ ସାଇଦ୍ ଇସାରାରେ ଚାଲୁଥିବା ଲସ୍କର-ଏ-ତୈବା । କାନ୍ଧାର ବିମାନ ଅପହରଣର ମୁଖ୍ୟ ପୁରୋଧା ମୌଲାନା ମସୁଦ ଅଜହରର ଜୈଶ-ଇ-ମହମ୍ମଦ । ହରକତ-ଉଲ୍-ଜିହାଦୀ ଇସଲାମୀ, ହରକତ-ଉଲ୍-ମୁଜାହିଦ୍ଦିନ୍ ଓ ହିଜବୁଲ୍ ମୁଜାହିଦ୍ଦିନ୍ ରହିଛି । 

ପାକିସ୍ତାନରେ ସକ୍ରିୟ ଥିବା ମୋଟ୍ ୧୫୦ ଆତଙ୍କୀ ସଂଗଠନ ମଧ୍ୟରୁ ସ୍ବତନ୍ତ୍ର କିଛି ବଡ଼ ସଂଗଠନକୁ ପାଳିଛି ଆଇଏସଆଇ । ଏମାନଙ୍କୁ ଟ୍ରେଣ୍ଡ୍, ଟ୍ରେନିଂ, ଟ୍ରେନିଂ କ୍ୟାପ୍ ଓ ଲଞ୍ଚ ପ୍ୟାଡ଼୍ ବ୍ୟବସ୍ଥା କରୁଛି ପାକ୍ ଗୁଇନ୍ଦା ସଂସ୍ଥା । ପାକିସ୍ତାନ ଅଧିକୃତ କାଶ୍ମୀରରେ ସର୍ବାଧିକ ଟେନିଂ କ୍ୟାମ୍ପ ଓ ଲଞ୍ଚ୍ ପ୍ୟାଡ୍ ରହିଛି । ଏଥିରୁ ୧୫ କ୍ୟାମ୍ପ ଭାରତର ହିଟ୍ ଲିଷ୍ଟରେ ରହିଛି । ପହଲଗାମର ବୈସରଣ ଭ୍ୟାଲିକୁ ରକ୍ତରଞ୍ଜିତ କରିଥିବା ଟିଆରଏଫ ବା ‘ଦି ରେଜିଷ୍ଟାଣ୍ଟ  ଫ୍ରଣ୍ଟ’ ଅସଲରେ ଏହା ହାଫିଜ୍ ସାଇଦ ର ଲସ୍କର ଆତଙ୍କୀ ସଂଗଠନ ସହିତ ଜଡ଼ିତ । ମୋଟ୍ ୪ ଆତଙ୍କବାଦୀଙ୍କ ମଧ୍ୟରୁ ୩ଜଣଙ୍କୁ ପାକିସ୍ତାନୀ ଭାବେ ଚିହ୍ନଟ କରାଯାଇଛି  । ଏବେ ଆକ୍ସନ ନେବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ପିଓକେରୁ ମୂଳୋତ୍ପାଟନ ହେବ ଆତଙ୍କୀ ଲଞ୍ଚ୍ ପ୍ୟାଡ । ଆଉ ପାକିସ୍ତାନ ପାନେ ପାଇବ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.