ବଲ୍‌କୁ ନେଇ ଅମ୍ପାୟାରଙ୍କ ସହ ଭିଡିଗଲେ ପନ୍ତ, ICC ନେଇପାରେ ଆକ୍ସନ

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ ୨୩/୦୬: ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜି । ୨୦ ଜୁନ୍ ରୁ ଆରମ୍ଭ ହେଡିଙ୍ଗ୍ଲେରେ ଆରମ୍ଭ ହୋଇଥିଲା ଏହି ଟେଷ୍ଟ । ଏହି ମୁକାବିଲାରେ ଭାରତୀୟ ଟିମ୍ ଶୁଭମନ ଗିଲ୍, ଋଷଭ ପନ୍ତ ଏବଂ ଯଶସ୍ୱୀ ଜୟଶଓ୍ୱାଲଙ୍କ ଶତକ ଦମ୍‌ରେ ପ୍ରଥମ ପାଳିରେ ଦଲ କରିଥିଲା ୪୭୧ ରନ୍ । ଜବାବରେ ଇଂଲଣ୍ଡ ଟିମ୍‌ର ବ୍ୟାଟର ବି ଦମ୍‌ଦାର ବ୍ୟାଟିଂ କରିଥିଲେ । ବିଶେଷ କରି ଓଲି ପୋପ୍ ଖେଳିଥିଲେ ଶତକୀୟ ପାଳି । ଏହି ମୁକାବିଲାର ତୃତୀୟ ଦିନରେ ଦେଖିବା ମିଳିଥିଲା ହଙ୍ଗାମା । 

ଯାହାର ଆକର୍ଷଣ ଥିଲେ ଓ୍ୱିକେଟ କିପର ଋଷଭ ପନ୍ତ । ଇଂଲଣ୍ଡର ପ୍ରଥମ ପାଳୀରେ ପାଖାପାଖି ୬୦ ଓଭର ଖେଳ ସରିବା ପରେ ବଲ ହୋଇଥିଲା ପୁରୁଣା । ଯାହାକୁ ବଦଳାିବାକୁ ଚାହିଁଥିଲେ ରିଷଭ ପନ୍ତ । ଋଷଭ ପନ୍ତ ବଲ୍‌ର ସେପ୍‌କୁ ଚିନ୍ତିତ ଥିବା ନାପସନ୍ଦ କରିଥିଲେ । ଏହାକୁ ନେଇ ସେ ଅମ୍ପାୟାର ପଲ୍ ରାଇଫେଲ୍ ଙ୍କୁ ଯାଇ କହିଥିଲେ ବଲ୍ ବଦଳାଇବାକୁ । 

ରାଇଫଲ ଏହାକୁ ମାପିଥିଲେ, ମାପିବା ପରେ କହିଥିଲେ ନା ଦରକାର ନାହିଁ  । ପନ୍ତ ପୁଣିଥରେ ବଲ୍‌ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଅମ୍ପାୟାର ତାଙ୍କ ନିଷ୍ପତ୍ତିରେ ଅଟଳ ଥିଲେ । ଏହା ପରେ ରାଗିଯାଇ ପନ୍ତ ବଲ୍‌କୁ ମୈଦାନରେ ଫୋପାଡିଦେଇଥିଲେ । ୨ ଓଭର ପରେ କ୍ୟାପଟେନ୍ ଗିଲ୍ ଦ୍ୱିତୀୟ ଅମ୍ପାୟାର କ୍ରିସ୍ ଗୈଫନୀଙ୍କୁ ବଲ୍ ବଦଳାଇବାକୁ ଅନୁରୋଧ କରିଥିଲେ । 

ତଥାପି ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ ସେ । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଟ୍ରମ୍ପଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ଲାଗିପାରେ ବଡ ଫାଇନ୍ । ନଚେତ୍ ଆଇସିସି ଦଣ୍ଡିତ କରିବାରେ ବୋଲି ଚର୍ଚ୍ଚା ହେଉଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.