ରାଜଧାନୀରେ କାଲିଠୁ ଖୋଲିବ ପାର୍କ, ରେଷ୍ଟୁରାଣ୍ଟ: ୫୦% ପ୍ରତିଶତ କ୍ଷମତା ସହ ବାର୍ ଖୋଲିବାକୁ ଅନୁମତି

Published By : Prameya-News7 Bureau | June 20, 2021 IST

ନୂଆଦିଲ୍ଲୀ ୨୦/୦୬ : ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ମନ୍ଥର ହେବା ପରେ ଧୀରେ ଧୀରେ ଅନଲକ୍ ପ୍ରକ୍ରିୟା ଚାଲିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସୋମବାର ଠାରୁ ଦିଲ୍ଲୀରେ ସର୍ବସାଧାରଣ ପାର୍କ, ଉଦ୍ୟାନ, ଗଲ୍ଫ କ୍ଲବ, ବାର ଏବଂ ବାହ୍ୟ ଯୋଗ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି। ଏହା ବ୍ୟତୀତ ଡିଡିଏମଏ କହିଛନ୍ତି ଯେ ଏହି ସ୍ଥାନଗୁଡିକରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରାଇବା ଦାୟିତ୍ୱ ଜିଲ୍ଲା ଅଧିକାରୀଙ୍କ ହେବ।

ବର୍ତ୍ତମାନ ଦିଲ୍ଲୀର ଗୋଟିଏ ଜୋନରେ କେବଳ ଗୋଟିଏ ସାପ୍ତାହିକ ବଜାର ଖୋଲିବ। ଆବାସିକ ଅଞ୍ଚଳର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲାରହିବ। ଏହା ବ୍ୟତୀତ ସମସ୍ତ ବଜାର ଏବଂ ମଲରେ ଦୋକାନଗୁଡ଼ିକ ସକାଳ ୧୦ ଟାରୁ ୮ ଟା ଯାଏଁ ଖୋଲାରହିବ। ଏଥି ସହିତ ରେଷ୍ଟୁରାଣ୍ଟଗୁଡିକ ସକାଳ ୮ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ ବସିବା କ୍ଷମତା ସହିତ ଖୋଲିବ। ଏହା ବ୍ୟତୀତ ବର୍ତ୍ତମାନ ବାର୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯାଇପାରିବ।

12 Famous Parks in Delhi to Chillout and Unwind

ବାର୍ ଖୋଲିବା ସମୟ ମଧ୍ୟ ସ୍ଥିର କରାଯାଇଛି। ବାର୍ ମଧ୍ୟାହ୍ନ ୧୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲାଯାଇପାରିବ। ରେଷ୍ଟୁରାଣ୍ଟ ଏବଂ ବାର୍ ମାଲିକମାନଙ୍କୁ କୋଭିଡ ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରିବାକୁ ପଡିବ। ମେଟ୍ରୋ ୫୦ ପ୍ରତିଶତ କ୍ଷମତା ସହିତ ଚାଲିବ। ଏଥିସହ ବସ୍, ଅଟୋ, ରିକ୍ସା, ଟ୍ୟାକ୍ସି, କ୍ୟାବ ଭଳି ସାଧାରଣ ପରିବହନରେ ସାମାଜିକ ଦୂରତା ସହିତ କମ୍ ଯାତ୍ରୀ ବସିବାର ସୁବିଧା ରହିବ।

ଦିଲ୍ଲୀରେ ପବ୍ଲିକ ପ୍ଲେସ, ଭୋଜି ହଲ୍ କିମ୍ବା ବିବାହ ମଣ୍ଡପରେ ବିବାହ ଉପରେ ପ୍ରତିବନ୍ଧକ ଜାରି ରହିବ। ବାହାଘର କୋର୍ଟରେ କିମ୍ବା ଘରେ କରାଯାଇପାରିବ। ଏହି ସମୟରେ କେବଳ ୨୦ ଅତିଥି ଉପସ୍ଥିତ ରହିପାରିବେ। ଏହା ବ୍ୟତୀତ ଅନ୍ତିମ ସଂସ୍କାରରେ କେବଳ ୨୦ ଜଣଙ୍କୁ ଅନୁମତି ଦିଆଯିବ। ଏହି ସମୟରେ କରୋନା ପ୍ରୋଟୋକଲ୍ ଅନୁସରଣ କରିବା ଆବଶ୍ୟକ।

Famous Parks & Gardens in Delhi

ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କୌଣସି ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ସୁଇମିଂ ପୁଲ୍, ଷ୍ଟାଡିୟମ୍, ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଭୋଜି ହଲ୍, ଅଡିଟୋରିୟମ୍ ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ଏତିକି ନୁହେଁ ଦିଲ୍ଲୀର ସ୍ପା ଏବଂ ଜିମ୍ ଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ଥିଏଟର ଏବଂ ମନୋରଞ୍ଜନ ପାର୍କରେ ମଧ୍ୟ ପ୍ରତିବନ୍ଧକ ଜାରି ରହିବ। ଜୁନ୍ ୨୮ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ।

{"id":468663,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.