ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ‘ମିଶନ ମୋଡ୍‌ରେ ଚାଲିବ କାର୍ଯ୍ୟ, ୨୦୪୭ ସୁଦ୍ଧା ବିକଶିତ ଭାରତ'

Published By : Prameya-News7 Bureau | January 31, 2025 IST

ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୫-୨୬ । ସଂସଦରେ ଆଜିଠୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ଏହାକୁ ଉପସ୍ଥାପନା କରିବେ । ତେବେ ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲିଆମେଣ୍ଟ ବାହାରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିଛନ୍ତି । ମା’ ଲକ୍ଷ୍ମୀଙ୍କ  ବନ୍ଦନା ପଢ଼ି ଅଭିଭାଷଣ ଆରମ୍ଭ କରିଥିଲେ ପିଏମ୍ ମୋଦି । ସମସ୍ତ ଗରିବ ଓ ମଧ୍ୟବିତ୍ତଙ୍କ ପ୍ରତି ମା’ଙ୍କ କୃପା ରହୁ ।  ମହା ଲକ୍ଷ୍ମୀଙ୍କ ଦୟାରୁ ଦେଶର ଆର୍ଥିକ କ୍ଷେତ୍ରରେ ଅଗ୍ରସର ହେଉ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ କହିଥିଲେ । 

ମୋଦିଙ୍କ 3.O କାର୍ଯ୍ୟକାଳରେ ଏହା ପୂର୍ଣ୍ଣାଙ୍ଗ ବଜେଟ୍ । ପିଏମ୍ ମୋଦି କହିଛନ୍ତି, ତୃତୀୟ ଥର ପାଇଁ ତାଙ୍କୁ ଦେଶବାସୀ ତାଙ୍କୁ ସେବା କରିବାକୁ ଦାୟିତ୍ବ ଦେଇଛନ୍ତି । 'ସ୍ବାଧିନତାର ଶହେ ବର୍ଷ ପୂର୍ତ୍ତିରେ ଏ ବର୍ଷର ବଜେଟ୍ ବିକଶିତ ଭାରତ ପାଇଁ ନୂଆ ଉର୍ଜା ଏବଂ ଐତିହାସିକ ହେବ । ପ୍ରଧାନମନ୍ତ୍ରୀ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ମିଶନ ମୋଡ୍‌ରେ କାର୍ଯ୍ୟ କରିବେ । ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.