ପାଟଣାଗଡ଼ ୬।୫: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚ୍ଚୁଆଲ ମୋଡ୍ରେ କୋର୍ଟରେ ହାଜର ହୋଇଥିବା ବେଳେ ମଙ୍ଗଳବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ଥିବା ବେଳେ ତାହା ଆସନ୍ତା ୯ ତାରିଖକୁ ଘୁଞ୍ଚିଯାଇଛି । ସରକାରୀ ଓକିଲ ଆଶିଷ କୁମାର ଚନ୍ଦନଙ୍କ କହିବା ଅନୁସାରେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ପୁଞ୍ଜିଲାଲ ଯେଉଁ କଲେଜରେ ଥିଲେ ସେହି କଲେଜରୁ କିଛି କାଗଜପତ୍ର କୋର୍ଟରେ ଦେବାକୁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ସୋମବାର ସେହି ଆବେଦନକୁ ଖାରଜ କରିଥଲେ । ମଙ୍ଗଳବାର ଆର୍ଗୁମେଣ୍ଟ ତାରିଖ ଥିଲା । କିନ୍ତୁ ତାହା ୯ ତାରିଖକୁ ଘୁଞ୍ଚି ଯାଇଛି ।
ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲଙ୍କ କହିବା ଅନୁସାରେ, ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ଥିବାବେଳେ ସେମାନେ ସମୟ ମାଗିଥିବା ଯୋଗୁ ମଙ୍ଗଳବାର ହୋଇପାରିଲାନି । ଏହି ମାମଲାର ଶୀଘ୍ର ରାୟ ଆସିବ ବୋଲି ସରକାରୀ ଏବଂ ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବୃଆରୀ ୧୭ ତାରିଖରେ ହୋଇଥିଲା I ପୁଞ୍ଜିଲାଲ ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ତାହା ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।
You Can Read:
ସ୍ବାମୀ ପାଇଁ ମହିଳାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲା, ଶେଷରେ ଧରାପଡିଲା ହତ୍ୟାକାରୀ ସ୍ତ୍ରୀ