କଟକ ୭।୪: ଆସନ୍ତା ୧୧ତାରିଖରୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟ ସରକାରଙ୍କ ପୂର୍ଵ ସ୍ବାସ୍ଥ୍ୟ ଵୀମା କାର୍ଡର ପ୍ରାୟ ସବୁ ସୁବିଧା ଆୟୁଷ୍ମାନ ଭାରତ କାର୍ଡରେ ମିଳିଵ। ତେବେ ପୂର୍ଵ ଵୀମାରେ ୯ଶହ ମେଡିକାଲରେ ଚିକିତ୍ସା ସୁଵିଧା ମିଳୁଥିବା ବେଳେ ଏଵେ ଆୟୁଷ୍ମାନ ଭାରତ କାର୍ଡରେ ସାରା ଦେଶର ୨୯ହଜାର ମେଡିକାଲରେ ଚିକିତ୍ସା ସୁଵିଧା ମିଳିବ। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ ସଵୁଠୁ ଵଡ ସୁବିଧା ମିଳିଵ ୭୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ। ନୂଆ ଆୟୁଷ୍ମାନ ଭାରତ ଯୋଜନାରେ ୭୦ଵର୍ଷ ଵୟସରୁ ଅଧିକ ସମସ୍ତ ଵ୍ୟକ୍ତି ମାଗଣା ଚିକିତ୍ସା ସେଵା ପାଇବେ। କୋଟିପତିଠୁ ଆରମ୍ଭ କରି ସାଧାରଣ ଗରିବ ଲୋକ, ଯିଏ ବି ୭୦ଵର୍ଷ ଵୟସରୁ ଅଧିକ ବୟସ୍କ, ସେମାନେ ସମସ୍ତେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସେବା ପାଇବେ। ୭୦ଵର୍ଷ ଵୟସ୍କ ଯେଉଁ ମାନେ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ଅଛନ୍ତି, ସେମାନେ ସ୍ବାଭାବିକ ଭାବେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇଯିବେ। କିନ୍ତୁ ଯେଉଁ ମାନେ କରଦାତା ବା ଧନିକ ଶ୍ରେଣୀର ହୋଇଥିଵାରୁ ସରକାରୀ ଵୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି ସେମାନେ ଏବେ ଆଧାର କାର୍ଡ ଇ-କେଓ୍ବାଇସି କରି ଯୋଜନାରେ ସାମଲି ହୋଇ ପାରିବେ। କଟକ ଜିଲ୍ଲାରେ ଏଭଳି ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରିଵା ପାଇଁ ଘରକୁ ଘର ସର୍ଭେ ଆରମ୍ଭ ହୋଇଛି ।
ଆୟୁଷ୍ମାନ ଭାରତ ଯୋଜନାର ଏହି ନୂଆ ସୁବିଧାକୁ ୭୦ଵର୍ଷ ଵୟସରୁ ଅଧିକ ଵ୍ୟକ୍ତି ମାନେ ସ୍ବାଗତ କରିଛନ୍ତି।କେବଳ ଟିକସଦାତା ଆଧାରରେ କିଛି ଲୋକଙ୍କୁ ସ୍ବାସ୍ଥ୍ୟ ଵୀମା ଯୋଜନାରୁ ବାଦ୍ ଦେଵା ଦ୍ବାରା ଅନେକ ସାଧାରଣ ରୋଜଗାର କରୁଥିବା ପରିଵାର ବରିଷ୍ଠ ମାନଙ୍କର ଚିକିତ୍ସା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏଵେ ଆୟୁଷ୍ମାନ ଯୋଜନାରେ ନୂଆ ଵ୍ୟଵସ୍ଥା ଲାଗୁ ହେଲେ ସେଭଳି ପରିଵାର ଓ ବୟସ୍କଙ୍କ ପ୍ରତି ଏହା ବାସ୍ତବିକ୍ ଆଶୀର୍ବାଦ ହେବ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି ।
You Can Read:
IAS ବିଷ୍ଣୁପଦ ସେଠୀଙ୍କୁ ଆଶ୍ବସ୍ତି, ମେ’ ୬ ଯାଏଁ ବଢିଲା ଅନ୍ତରୀଣ ସୁରକ୍ଷା