ଉଦଳା ୫।୨: ମର୍ଣ୍ଣିଂ ୱାକ୍ରେ ଯାଇଥିଲେ । କିନ୍ତୁ ସେ ଜାଣିନଥିଲେ ବାଟରେ ଛକି ବସିଥିଲା ମୃତ୍ୟୁ । ଘର ଠାରୁ ମାତ୍ର ୨ କିଲୋମିଟର ଦୂରରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗ୍ରାମ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠୀ ବୁଧବାର ସକାଳେ ଉଦଳା-ବାଲେଶ୍ୱର ରାଜ୍ୟରେ ରାଜପଥରେ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ । ଝିଙ୍କପଦା ଛକ ନିକଟରେ କଟକରୁ ମାଲ୍ ବୋଝେଇ କରି ନେଇ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ କୃପାସିନ୍ଧୁଙ୍କୁ ପଛରୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପଡି କୃପାସିନ୍ଧୁଙ୍କ ଜୀବନ ଚାଲିଯାଇଥିଲା । ତେବେ ଗାଡ଼ିରେ ମାଲ୍ ନେଇ ଆସୁଥିବା ଅମରେନ୍ଦ୍ର ସାମଲ ପାଟି ଶବ୍ଦ ଶୁଣି ଗାଡି ଅଟକାଇ ତଳକୁ ଓହ୍ଲାଇଥିଲେ । ହେଲେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା । କପ୍ତିପଦା ପୋଲିସ ଅମରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ହେଲେ ଅନ୍ୟପଟେ ଅମରେନ୍ଦ୍ର ଉକ୍ତ ପିକ୍ଅପ୍ ଭ୍ୟାନ୍ ଭଡାରେ ଆଣିଥିବା ବେଳେ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନା ପଠାଇଛି । ଫେରାର ଥିବା ପିକ୍ଅପ୍ ଭ୍ୟାନ୍କୁ ଖୋଜୁଛି ପୋଲିସ ।
You Can Read:
ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗାବୁଡି ଘଟଣା : ୮୪ଘଣ୍ଟା ପରେ ଅନ୍ୟ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର