ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା-ଭାରତ ନିର୍ଣ୍ଣାୟକ ଟି-୨୦କୁ ୧୩୫ରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଏହା ସହିତ ଟି-୨୦ ଶୃଙ୍ଖଳାକୁ ୩-୧ରେ କବଜା କରିଛି । ଅନ୍ତିମ ମୁକାବିଲାରେ ରନ୍ ବର୍ଷ ହୋଇଛି । ସଞ୍ଜୁ ସାମସନ ଏବଂ ତିଲକ ବର୍ମା ଶତକୀୟ ଇନିଂସ ଖେଳିଥିଲେ । ଗୋଟିଏ ଓ୍ବିକେଟରେ ଟିମ୍ ଇଣ୍ଡିଆ ୨୮୩ ରନ୍ ସଂଗ୍ରହ କରିଥିଲା । ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ଘରୋଇ ଦକ୍ଷିଣ ଆଫ୍ରିକା ଦଳ ୧୮.୨ ଓଭରରେ ମାତ୍ର ୧୪୮ରନ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ତିଲକ୍ ବର୍ମା ସର୍ବାଧିକ ୧୨୦ ରନ କରିଥିଲେ । ସେହିପରି ସଞ୍ଜୁ ସାମସନ ୧୦୯ରନର ଶତକୀୟ ପାଳି ଖେଳିଥିଲେ । ଅର୍ଶଦୀପ ସିଂହ ସର୍ବାଧିକ ୩ଟି ଓ୍ବିକେଟ୍ ହାସଲ କରିଥିଲେ ।
ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରେ ରେକର୍ଡ ବର୍ଷା ହେବ ସହ ଆଓ୍ବାର୍ଡ ମଧ୍ୟ ବର୍ଷା ହୋଇଛି । ଅନ୍ତିମ ମୁକାବିଲାରେ ଶତକୀୟ ଇନିଂସ ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି । ଶୃଙ୍ଖଳାରେ ତିଲକ୍ ବର୍ମା ମୋଟ୍ ୪ଟି ମ୍ୟାଚ୍ ଖେଳି ୧୪୦ହାରରେ ୨୮୦ରନ ସଂଗ୍ରହ କରିଛନ୍ତି । ଏଥିରେ ଲଗାତାର ଦୁଇଟି ଶତକ ରହିଛି । ଏହାଛଡ଼ା ଗେମ୍ ଚେଞ୍ଜର ଅଫ୍ ଦି ସିରିଜ୍ ହୋଇଛନ୍ତି ବରୁଣ ଚକ୍ରବର୍ତ୍ତୀ । ସେ ୪ଟି ମ୍ୟାଚରୁ ୧୧.୫୦ ହାରରେ ମୋଟ୍ ୧୨ଟି ଓ୍ବିକେଟ୍ ହାସଲ କରିଛନ୍ତି ।..