ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପିଏମ୍ ମୋଦୀ ? ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଲା ଜବାବ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୨୧ରୁ ୨୩ ଯାଏ ତିନି ଦିନିଆ ଆମେରିକା ଗସ୍ତ କରିବେ । ପିଏମ୍ ମୋଦୀ ଗସ୍ତର ପ୍ରଥମ ଦିନରେ ସେପ୍ଟେମ୍ୱର ୨୧ରେ କ୍ୱାଡ୍ ଶିଖର ସମ୍ମିଳନୀରେ ଭାଗ ନେବେ ଏବଂ ସମିଟ୍ ଅଫ୍ ଦ ଫ୍ୟୁଚରକୁ ସମ୍ୱୋଧନ କରିବେ । ପିଏମ୍ ମୋଦୀ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ନା ନାହିଁ ତାହା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୟାନ ଦେଇଛି । ଏମ୍‌ଇଏ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଅନେକ କାର୍ଯ୍ୟକ୍ରମ ରହିଛି । ତେବେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ କରିବେ ନା ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ । ଏନେଇ ଯଦି କିଛି ସ୍ଥିର ହୁଏ ତେବେ ପରବର୍ତ୍ତୀ ସମୟରେ ଅବଗତ କରାଯିବ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ପୂର୍ବେ ଏକ ରାଲିକୁ ସମ୍ୱୋଧନ କରି କହିଥିଲେ ଯେ ସେ ଖୁବଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଟ୍ରମ୍ପ ଏହି ନିର୍ବାଚନୀ ରାଲିରେ ଭାରତର ବ୍ୟବସାୟୀକ ନୀତିର ସମାଲୋଚନା କରିଥିବା ବେଳେ ପିଏମ୍ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଟ୍ରମ୍ପ କହିଥିଲେ ଯେ ମୋଦୀ ଆଗାମୀ ସପ୍ତାହରେ ମୋତେ ଭେଟିବା ପାଇଁ ଆସୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ନଥିବା ସତ୍ତ୍ୱେ ଟ୍ରମ୍ପ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କୁ ସାକ୍ଷାତ କରିଥାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକ ବୈଠକ କରିବେ । ଏହା ବ୍ୟତୀତ ନିଜର ତିନି ଦିନିଆ ଗସ୍ତରେ ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିବେ । ମୋଦୀ ଆଣ୍ଡ ୟୁଏସ୍ ପ୍ରୋଗ୍ରେସ୍ ଟୁଗେଦର ପ୍ରୋଗ୍ରାମ ଆୟୋଜନ ନ୍ୟୁୟର୍କର ୟୁନିୟଲଡେଲରେ କରାଯିବ । ଏଥିପାଇଁ ପ୍ରାୟ ୨୫ ହଜାର ଲୋକ ଟିକଟ୍ ଆବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.