ଆସନ୍ତା ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବ ଆମେରିକା

Published By : Prameya-News7 Bureau | September 20, 2023 IST

ୱାଶିଂଟନ ଡିସି: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତର ଅତିଥି ହେବ ଆମେରିକା। ୨୦୨୪ ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ ଭାରତ ଆମେରିକାକୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏନେଇ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଥିବା ବୁଧବାର ଆମେରିକା ଦୂତାବାସ କହିଛି।

ଜାନୁଆରୀ ୨୬ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜି ୨୦ ବୈଠକରେ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାଖିକ ଆଲୋଚନା ବେଳେ ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍‌ସେଟି ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀରେ ଜି-୨୦ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଇଡେନ୍‌ଙ୍କ ମଧ୍ୟରେ ସେପ୍ଟେମ୍ବର ୮ ତାରିଖରେ ଦ୍ୱିପାଖିକ ଆଲୋଚନା ହୋଇଥିଲା। ସୂଚନା ଥାଉକି ଗଣତନ୍ତ୍ର ଦିବସରେ ଭାରତ ଅନ୍ୟ ଦେଶକୁ ନିମନ୍ତ୍ରଣ କରିବା ଦେଶର ହିତରେ ରହିଛି। ଭାରତର ରଣନୀତିକ, କୂଟନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥକୁ ଦେଖି ବିଦେଶକୁ ନିମନ୍ତ୍ରଣ କରାଯାଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ପଢ଼ନ୍ତୁ-ତିକ୍ତ ହେଲାଣି ଭାରତ ଓ କାନାଡ଼ା ସମ୍ପର୍କ: ପ୍ରଧାନମନ୍ତ୍ରୀଙ୍କୁ ଭେଟି ସବୁ କଥା ଜଣାଇଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

୨୦୨୩  ଗଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସେହିପରି ୨୦୧୫ରେ ଆମେରିକା ତତ୍‌କାଳୀନ ରାଷ୍ଟ୍ରପତି ବାରାକ ଓବାମା, ୨୦୦୭ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୨୦୦୮ରେ  ତତ୍‌କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀଙ୍କୁ ଡକାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.