କେନ୍ଦ୍ର ବଜେଟ୍ ପାଇଁ ଆଜି ହାଲୁଆ ଉତ୍ସବ, ଅପରାହ୍ନରେ ନର୍ଥ ବ୍ଲକ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Published By : Prameya-News7 Bureau | January 24, 2025 IST

ଭୁବନେଶ୍ୱର ୨୪/୦୧: କେନ୍ଦ୍ର ବଜେଟ୍ ପାଇଁ ଆଜି ହାଲୁଆ ଉତ୍ସବ । ଆଜି ଅପରାହ୍ନ ୫ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ହେବ ହାଲୁଆ ଉତ୍ସବ । ନର୍ଥ ବ୍ଲକ୍ ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହାପରେ ଛପାଇବା ଲାଗି ପଠାଯିବ ବଜେଟ୍ ଦସ୍ତାବିଜ । 

୨୦୨୫-୨୬ ସାଧାରଣ ବଜେଟ୍‌  ତାରିଖ ପାଖେଇ ଆସିଲାଣି । ଏ ପରିପ୍ରେକ୍ଷୀରେ ଶୁକ୍ରବାର  ପ୍ରସ୍ତୁତିର ଚୂଡ଼ାନ୍ତ ପ୍ରକ୍ରିୟା ଅନ୍ତର୍ଗତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ  ହାଲୁଆ ଉତ୍ସବ । 

ବଜେଟ୍‌ ପରମ୍ପରା ଅନୁସାରେ, ପ୍ରତିବର୍ଷ  ବଜେଟ ପ୍ରସ୍ତୁତି କାର୍ଯ୍ୟରେ ଜଡ଼ିତ ଅଧିକାରୀଙ୍କ ‘ଲକ୍‌-ଇନ୍‌’  ପ୍ରକ୍ରିୟା ପୂର୍ବରୁ ଏହି ଉତ୍ସବର ଆୟୋଜନ କରାଯାଇଥାଏ ।  ସଂସଦରେ ବଜେଟ୍‌ ଉପସ୍ଥାପନର ୫ ଦିନ ପୂର୍ବରୁ ଏ  ଉତ୍ସବ ହୋଇଥାଏ । ଏହି ଉତ୍ସବ ପରେ ବଜେଟ୍‌ କାର୍ଯ୍ୟରେ  ଜଡ଼ିତ ଅଧିକାରୀମାନେ ନର୍ଥ ବ୍ଲକ୍‌ରେ ବନ୍ଦ ରୁହନ୍ତି । 

ସେମାନଙ୍କ ସହ କୌଣସି ପ୍ରକାର ବାହ୍ୟ ଯୋଗାଯୋଗ  ରହି ନ ଥାଏ । ମୋବାଇଲ ଫୋନ୍‌ ବ୍ୟବହାର ଉପରେ  ପ୍ରତିବନ୍ଧକ ରୁହେ । ବଜେଟ୍‌ ଦସ୍ତାବିଜ୍‌ ଯେପରି ଲିକ୍‌ ନ ହୁଏ  ସେଥିପାଇଁ ଏହି ଲକ୍‌-ଇନ୍‌ ପିରିୟଡ୍‌ ବ୍ୟବସ୍ଥା ରହିଆସିଛି ।

You can also read...

ଅଷ୍ଟମ ବେତନ ଆୟୋଗ: ସର୍ବନିମ୍ନ ବେସିକ୍ ପେନ୍‌ସନ୍ ୯ ହଜାରରୁ ବଢି ହେବ ୨୫,୭୪୦ ଟଙ୍କା !


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.