ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ । ଆସନ୍ତା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । ସରକାରଙ୍କୁ ଘେରିବାକୁ ପୁଳା ପୁଳା ପ୍ରସଂଗ ସହିତ ପ୍ରସ୍ତୁତ ରହିଛନ୍ତି । ଏପଟେ ସାଂସଦ ବାହାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ସଂସଦ ପରିଷଦକୁ ନେଇ ଦେଶକୁ ସମ୍ବୋଧିତ କରିଛନ୍ତି । ମହାରାଷ୍ଟ୍ର ମହାୟୁତିର ବୃହତ ବିଜୟକୁ ଇସାରା କରି ପିଏମ୍ କହିଛନ୍ତି, ଯେଉଁମାନଙ୍କୁ ଜନତା ଜନାର୍ଦ୍ଦନ ୮୦ ଥର ନପସନ୍ଦ କରିଛନ୍ତି, ତଥାପି ସେମାନେ ସଂସଦ କାର୍ଯ୍ୟ ଅଟକାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭଗ୍ୟ ଜନକ । କିଛି ଲୋକ ନିଜସ୍ବ ସ୍ବର୍ଥ ପାଇଁ ଲୋକସଭା ଏବଂ ରାଜ୍ୟସଭାକୁ କଣ୍ଟ୍ରୋଲ୍ କରିବାକୁ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ସୋମବାରଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ବାଚସ୍ପତି ଓମ ବିର୍ଲା ଏହାର ପ୍ରାରମ୍ଭ କରିଛନ୍ତି ଏବଂ ସଂସଦକୁ ସକରାତ୍ମକ ଢଙ୍ଗରେ ଚଳାଇବାକୁ ଅନୁରୋଧ କରୁଛନ୍ତି । ଦେଶବାସୀଙ୍କୁ ହିତରେ ଆସୁଥିବା ପ୍ରସଂଗକୁ ବିଶେଷ ପ୍ରାସଙ୍ଗିକତା ଦେବାକୁ ଓମ୍ ବିର୍ଲା କରିଛନ୍ତି । ଏହା କେବଳ ସଂସଦର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବ ତାହା ନୁହେଁ ବରଂ ରାଷ୍ଟ୍ର ନିର୍ମାଣ ଦିଗରେ ଯୋଗଦାନ କରିବ ।
ଆଜିଠୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଶୀତ ଅଧିବେଶନ । ଶୀତ ଅଧିବେଶନରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଚଳିତ ଅଧିବେଶନ ପାଇଁ ୱାକଫ ସଂଶୋଧନ ବିଲ୍ ସମେତ ୧୬ଟି ବିଲ୍ ସଂସଦରେ ଉପସ୍ଥାପିତ ହେବା ନେଇ ତାଲିକାଭୁକ୍ତ ହୋଇଛି ।