୭୪ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ, ଛୁଟିଲା ଶୁଭେଚ୍ଛାର ସୁଅ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ ୧୭/୦୯: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୪ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦୀ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି । ମୋଦୀଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟି ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଛି । 

୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ଭେଡନଗରରେ ଜନ୍ମ ଗ୍ରହଣ କରିଥିଲେ ମୋଦି। ଲଗାତାର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇପାରିଛନ୍ତି ମୋଦି। ୨୦୧୪ ମେ ୨୬ ତାରିଖରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋଦି। ଉତ୍ତରପ୍ରଦେଶର ବାରାଣସୀ ସଂସଦୀୟ କ୍ଷେତ୍ରରୁ ଲଗାତାର ତିନିଥର ନିର୍ବାଚିତ ହୋଇ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି। 

ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି। ଏହାପରେ ୨୦୧୪ରୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିରବଚ୍ଛିନ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଜନ୍ମଦିନ ଅବସରରେ ମୋଦିଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.