୨୦୨୪ ନିର୍ବାଚନ ପୂର୍ବରୁ ମହିଳା ଏବଂ ଓବିସି ଭୋଟରଙ୍କ ପାଇଁ ଟ୍ରମ୍ପ କାର୍ଡ ଖେଳିଲେ ପିଏମ ମୋଦୀ, କଲେ ୨ଟି ବଡ଼ ଘୋଷଣା

Published By : Prameya-News7 Bureau | August 15, 2023 IST

ନୂଆଦିଲ୍ଲୀ: ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ୧୦ମ ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆସନ୍ତା ବର୍ଷ ଏହି ଲାଲକିଲ୍ଲାରୁ ନିଜ ସରକାରଙ୍କ ଉପଲବ୍ଧି ବିଷୟରେ ବଖାଣିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ୨୦୨୪ ନିର୍ବାଚନରେ ଦେଶବାସୀ ପୁଣି ଥରେ ତାଙ୍କୁ କ୍ଷମତାସୀନ କରାଇବେ।

wp:heading {"level":4}

Also read- ୧୦ ବର୍ଷରେ ମୋଦୀଙ୍କ ସ୍ବାଧୀନତା ଦିବସର ଲୁକ୍‌, ପ୍ରତିଥର ନୂଆ ପଗଡିରେ ଆସିଛନ୍ତି ନଜର

/wp:heading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନରେ ବି ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ୍ କରିବାକୁ ସଙ୍କୋଚ କରି ନାହାନ୍ତି। ସେ ଦେଶର ୧୪୦ କୋଟି ଜନତାଙ୍କୁ ନିଜର ପରିବାର ଦର୍ଶାଇ ଦୁର୍ନୀତି, ପରିବାରବାଦ ଓ ତୃଷ୍ଟୀକରଣ ବିରୋଧରେ ଲଢେଇ ଜାରି ରଖିବାକୁ ଆହ୍ଵାନ କରିଛନ୍ତି। ମଧ୍ୟବିତ୍ତ ବର୍ଗକୁ ଗୁରୁତ୍ଵ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) ଆଧାରରେ ଏକ କୋଟିରୁ ଅଧିକ ବାସଭବନ ନିର୍ମାଣ କରିବେ। ଯଦ୍ଵାରା ମଧ୍ୟବିତ୍ତ ପରିବାରକୁ ଘର ମିଳି ପାରିବ।

2024 के चुनावों से पहले महिला और OBC वोटरों पर PM मोदी ने फेंका ट्रम्प कार्ड- किए दो बड़े ऐलान
livehindustan

ସେ କହିଛନ୍ତି, ଦେଶର ୨ କୋଟି ଗ୍ରାମାଞ୍ଚଳ ମହିଳାଙ୍କୁ ଲକ୍ଷପତି କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ। ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ଡ୍ରୋନ ଚଳାଇବାର ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ 'ଲକ୍ଷପତି ଦିଦି' ଯୋଜନାର ଖସଡ଼ା ପ୍ରସ୍ତୁତ କରାଯାଉଛି। ଦୁନିଆରେ ସର୍ବାଧିକ ମହିଳା ପାଇଲଟ୍ ଆମ ଦେଶରେ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

wp:heading {"level":4}

Also read- ଇଂରେଜ ଶାସନର ସେହି ପାଞ୍ଚ ଛାପ, ଯାହା ଏ​‌ବେ ପାଲଟିଯାଇଛି ଇତିହାସ

/wp:heading

ପ୍ରଧାନମନ୍ତ୍ରୀ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଓ ତାଙ୍କ ଯୋଗଦାନର ପ୍ରଶଂସା କରି କହିଛନ୍ତି, ଜି-୨୦ ଗ୍ରୁପ ମହିଳାଙ୍କ ନେତୃତ୍ଵରେ ଭାରତର ବିକାଶ ଦୃଷ୍ଟିକୋଣକୁ ସ୍ଵୀକାର କରିଛି। ଭାରତରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସଂଖ୍ୟା ୧୦ କୋଟି। ଯେବେ ଆପଣ କୌଣସି ଗାଁକୁ ଯିବେ ଆପଣ ବ୍ୟାଙ୍କ ଦିଦି, ଅଙ୍ଗନଓ୍ଵାଡ଼ି ଦିଦି ଏବଂ ମେଡିକାଲ୍ ଦିଦିଙ୍କୁ ଭେଟିବେ। ଗାଁମାନଙ୍କରେ ୨ କୋଟି ଲକ୍ଷପତି ଦିଦି ତିଆରି କରିବା ମୋର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଓବିସି ଭୋଟରଙ୍କ ଉପରେ ନଜର

ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ୟ ପଛୁଆ ବର୍ଗ(ଓବିସି)ର ଅନେକ ସମୁଦାୟକୁ ସଶକ୍ତ କରିବା ପାଇଁ ଆସନ୍ତା ମାସରେ ବିଶ୍ଵକର୍ମା ଜୟନ୍ତୀ ଅବସରରେ 'ବିଶ୍ଵକର୍ମା ଯୋଜନା' ଆରମ୍ଭ କରାଯିବ। ଏହି ଯୋଜନା ଭାରତର ଲକ୍ଷାଧିକ ବ୍ୟବସାୟୀ ଓ କାରିଗରଙ୍କ ଉତ୍‌ଥାନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀ କିଛି ପେଶାଦାର କାମକୁ ଉଲ୍ଲେଖ କରି କହିଛନ୍ତି, ଏହି କାମରେ ନିୟୋଜିତ ଅଧିକାଂଶ ଲୋକ ଓବିସି ସମୁଦାୟରୁ ଅଛନ୍ତି। ଏହି ଲୋକଙ୍କ ଆହୁରି ସଶକ୍ତ କରିବା ଲାଗି ଆଗାମୀ ସମୟରେ ବିଶ୍ଵକର୍ମା ଜୟନ୍ତୀରେ ପାଖାପାଖି ୧୩-୧୫ ହଜାର କୋଟି ବ୍ୟୟରେ ବିଶ୍ଵକର୍ମା ଯୋଜନା ଆରମ୍ଭ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.