ବ୍ରହ୍ମପୁର ୧୯।୧୧: ହତ୍ୟାକାଣ୍ଡର ବର୍ଷକ ପରେ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ଗୋଇଲୁଣ୍ଡି ଡର୍ମେଟରି ଆଣ୍ଡ ହୋଟେଲରେ ମହିଳାଙ୍କୁ ହତ୍ୟା ଘଟଣାର ବର୍ଷକ ପରେ ଅଭିଯୁକ୍ତ ଧରାପଡ଼ିଛି । ଅଭିଯୁକ୍ତ ସମିଦମନକୁ କେରଳର ଏକ ଜେଲ୍ରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ବୈଦନାଥପୁର ପୋଲିସ । ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରିଛି ବୈଦ୍ୟନାଥପୁର ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସ ୨୩ ତାରିଖରେ ଅଭିଯୁକ୍ତ ଲଜ୍ର ଏକ ରୁମ୍ରେ ପତ୍ନୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ହତ୍ୟା କରିବା ପରେ ସ୍ବାମୀ ଫେରାର ହୋଇଯାଇଥିଲା । ଗତ ମାସରେ ଗଞ୍ଜେଇ ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା କେରଳ ପୋଲିସ । କେରଳ ଜେଲ୍ରେ ଥିବା ବେଳେ ପୋଲିସ ତାଙ୍କୁ ସେଠାରୁ ଆଣି ବ୍ରହ୍ମପୁରରେ କୋର୍ଟ ହାଜର କରିଛି । ମଙ୍ଗଳବାର ଠାରୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଭିଯୁକ୍ତକୁ ଜେରା କରିବ ପୋଲିସ ।
You Can Read: