ଉପଜିଲ୍ଲାପାଳଙ୍କ ବିଶାଳକାୟ ଅଟ୍ଟାଳିକା ସହ ୧୪ରୁ ଅଧିକ ଦାମୀ ପ୍ଲଟ୍, କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

Published By : Prameya-News7 Bureau | November 19, 2024 IST

ଢେଙ୍କାନାଳ ୧୯।୧୧: ଶେଷରେ ବନ୍ଧାହେଲେ କୁବେର ଉପଜିଲ୍ଲାପାଳ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୋମବାର ତାଙ୍କ କାର୍ଯ୍ୟାଳୟ ସରକାରୀ କ୍ୱାର୍ଟର ଓ ଭୁବନେଶ୍ୱର ଘର ସମେତ ରାଜ୍ୟର ୧୦ ସ୍ଥାନରେ ଭିଜିଲାନ୍ସର ୧୦ଟି ଟିମ୍ ଚଢ଼ାଉ କରିଥିଲା । ତେବେ ଏହି କୁବେର ଉପଜିଲ୍ଲାପାଳଙ୍କର ବିଭିନ୍ନ ସ୍ଥାନରେ ବିଶାଳକାୟ ଅଟ୍ଟାଳିକା   ମାନ ଠାବ କରିଥିଲା ଭିଜିଲାନ୍ସ । ଏହା ସହିତ   ଭୁବନେଶ୍ୱର ଓ ବିଭିନ୍ନ ସ୍ଥାନରେ ବହୁମୂଲ୍ୟର ୧୪ଟି ପ୍ଲଟ୍, ସୁନାଗହଣା, ୩୪ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟାଙ୍କ ଡିପୋଜିଟ୍ ଓ ପ୍ରାୟ ଦେଢ ଲକ୍ଷ ନଗଦ ଟଙ୍କା ଆଦି ଜବତ କରାଯାଇଛି । ଫଳରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଧରାପଡିବା ପରେ ଶେଷରେ ନାରାୟଣ ଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି ।   

You Can Read:

ନଭେମ୍ବର ୨୫ରେ ବସିବ ସର୍ବଦଳୀୟ ବୈଠକ, ଗୃହ ସୁପରିଚାଳନା ନେଇ ହେବ ଆଲୋଚନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.