ପାଖେଇ ଆସୁଛି ରଥଯାତ୍ରା, ପୋଲିସ ପକ୍ଷରୁ ମକଡ୍ରିଲ୍‌

Published By : Prameya-News7 Bureau | June 18, 2023 IST

ପୁରୀ ୧୮।୦୬ : ଆଉ ଦିନକ ପରେ ଅର୍ଥାତ୍ ଜୁନ୍ ୨୦ରେ ବିଶ୍ରପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜ୍ବରରେ ଥିବା ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ଆଜି ଅମାବାସ୍ୟା ସହ ଅନବସରର ଶେଷ ଦିନ ଥିବାରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଗତକାଲି ଏବଂ ଆଜି ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି।

{"id":805077,"width":722,"height":535,"sizeSlug":"full","linkDestination":"none"}

ସେହିପରି ସୋମବାର ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। କାଲି ମଧ୍ୟ ନେତ୍ରୋତ୍ସବ । ଭକ୍ତମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପରିମାଣିକ ଟିକେଟ କାଟିଥିବା ଭକ୍ତମାନେ ଭିତରକାଠ ଦର୍ଶନ ପାଇବେ। ସେହିପରି ସାହାଣମେଲା ଦର୍ଶନ ମଧ୍ୟ ରହିଛି।

{"id":805078,"sizeSlug":"full","linkDestination":"none"}

ସେପଟେ ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ୍ କରାଯାଉଛି। ରଥଟଣା କାର୍ଯ୍ୟ କିଭଳି ସୁଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି। ପୁଲିସ ଲାଇନ ପଡିଆରେ ଏଡିଜି ସଞ୍ଜୟ କୁମାରଙ୍କ ପରିଚାଳନାରେ ଏହି ଡେମୋ କାର୍ଯ୍ଯକ୍ରମ କରାଯାଉଛି। ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ୱିତୀୟ ରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଏ ଅବିକଳ ସେହିଭଳି ତିନିରଥକୁ ପୁଲିସ ବାହିନି ଟାଣି ଡେମୋ ପ୍ରଦର୍ଶିତ କରିଛନ୍ତି।‌

wp:embed {"url":"https://www.prameyanews7.com/ratha-yatra-preparation-in-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ratha-yatra-preparation-in-puri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.