ସୁବର୍ଣ୍ଣପୁର: ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଦୁର୍ଘଟଣାର ଆହତ ହେଇଥିବା ମହିଳାଙ୍କୁ ଥାନା ଅଧିକାରୀ ପୋଲିସ ଗାଡିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି l ସୁବର୍ଣ୍ଣପୁର ସହର ବସଷ୍ଟାଣ୍ଡ ନିକଟରେ ଜଣେ ମହିଳା ରାସ୍ତା ପାରି ହେଉଥିବା ସମୟରେ ଏକ ବାଇକ ଧକ୍କା ଦେଇଥିଲା l ବାଇକ ଧକ୍କା ଦେବାରୁ ମହିଳା ଜଣକ ରାସ୍ତାରେ ଛିଟିକି ପଡ଼ିଥିଲେ l ଠିକ ସେହି ସମୟରେ ସୁବର୍ଣ୍ଣପୁର ଥାନା ଅଧିକାରୀ ରଞ୍ଜିତ ସାହୁ ପୋଲିସ ଗାଡ଼ିରେ ପାଟ୍ରୋଲିଂ କରୁଥିଲେ l
ଦୁର୍ଘଟଣା ଦେଖି ଅଟକି ମହିଳା ଜଣକ ଖଣ୍ଡିଆ ଖାବରା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେl ଥାନା ଅଧିକାରୀ ରଞ୍ଜିତ ସାହୁ ନିଜ ପୋଲିସ ଗାଡିରେ ମହିଳା ଜଣକୁ ତୁରନ୍ତ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଛନ୍ତି l
ମହିଳାଙ୍କ ପରିଚୟ ଜଣା ପଡି ନଥିବା ବେଳେ ସୁବର୍ଣ୍ଣପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଥାନା ଅଧିକାରୀ ରଞ୍ଜିତ ସାହୁ ସୂଚନା ଦେଇଛନ୍ତି l ଥାନା ଅଧିକାରୀ ମାନବିକତା ଦେଖାଇ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିବା କାର୍ଯ୍ୟକୁ ଦେଖି ଲୋକେ ପ୍ରଶଂସା କରୁଛନ୍ତି l