ବନ୍ଧକ ସୁନା ହାର ମୁକୁଳାଇ ଘରକୁ ଫେରୁଥିଲେ ଚାଷୀ, ଚକ୍‌ମା ଦେଇ ଝାମ୍ପିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 08, 2025 IST

ଜୟପୁର ୮।୧: ଜୟପୁରରେ ଲୁଟେରାଙ୍କ ଆତଙ୍କ । ଉମୁରୀ ନିକଟରେ ବୟସ୍କ ବ୍ୟକ୍ତିଙ୍କୁ ଚକ୍‌ମା ଦେଇ ଦୁର୍ବୃତ୍ତ ଝାମ୍ପିନେଲେ ସୁନା ହାର । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଫୁଟ୍ରା ଗାଁର ମହେଶ୍ବର ବିଶୋୟୀ । 

ଜୟପୁରର ୟୁନିୟନ ବ୍ୟାଙ୍କରୁ ବନ୍ଧକ ସୁନା ହାର ମୁକୁଳାଇ ଘରକୁ ଫେରିବା ବାଟରେ ଘଟିଛି ଏପରି ଘଟଣା । ଲୁଟ୍‌ ହାରର ଓଜନ ୩୩ ଗ୍ରାମ ହେବ ବୋଲି ଜଣାପଡ଼ିଛି । ଏହାର ବଜାର ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ବୋଲି ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି । ଅଭିଯୋଗ ପରେ ବ୍ୟାଙ୍କରେ ପହଞ୍ଚି ଛାନଭିନ କରୁଛି ସଦର ଥାନା ପୋଲିସ । ସିସିଟିଭି ଯାଞ୍ଚ ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଛି ପୋଲିସ । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଚାଷୀ । ଧାନ ଅମଳ ସମୟରେ ସେ ନିଜ ସ୍ତ୍ରୀଙ୍କ ସୁନା ହାର ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଋଣ ନେଇଥିଲେ । ଧାନ ବିକ୍ରି ପରେ ବ୍ୟାଙ୍କରୁ ହାର ମୁକୁଳାଇ ଘରକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ।

You Can Read:

ସବୁ ସରକାରୀ ସ୍କୁଲରେ ମୌଳିକ ସୁବିଧା ଅଛିକି ନାହିଁ, ପ୍ରଶ୍ନ କଲେ ହାଇକୋର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.