ଉତ୍ତର ପ୍ରଦେଶ ରାଜନୀତି ସରଗରମ, RSS ମୁଖ୍ୟ ଭାଗବତ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସାକ୍ଷାତରେ ହଟିବ ପରଦା

Published By : Prameya-News7 Bureau | June 16, 2024 IST

abp live

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତକୁ ନେଇ ରାଜନୀତି ସରଗରମ। ଏହି ଦୁଇ ହସ୍ତୀଙ୍କ ମଧ୍ୟରେ ସାକ୍ଷାତକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ମାତ୍ର ରବିବାର ସନ୍ଧ୍ୟା ବେଳକୁ ଏହା ଉପରେ ବଡ ସସପେନ୍ସ ସୃଷ୍ଟି ହୋଇଛି। ଗତକାଲି ଗୋରଖପୁରରେ ଦୁହିଁଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ। 

ଯୋଗୀ ଏବଂ ମୋହନ ଭାଗବତଙ୍କ ମଧ୍ୟରେ ବୈଠକ ଦୁଇ ଥର ଘୁଞ୍ଚି ସାରିଲାଣି। ପ୍ରଥମେ ଅପରାହ୍ନରେ ଏବଂ ପୁଣି ସନ୍ଧ୍ୟାରେ ବୈଠକକୁ ସ୍ଥଗିତ ରଖାଯାଇଛି। ତେବେ କାହିଁକି ଏମିତି ସ୍ଥିତି ଉପୁଜିଲା ତାର ଉତ୍ତର କାହା ପାଖରେ ନାହିଁ। କାରଣ ସାକ୍ଷାତକୁ ନେଇ ଅଲଗା ଅଲଗା ସମୟ ନିର୍ଦ୍ଧାରିତ   ହୋଇଥିଲେ ହେଁ ହୋଇପାରି ନାହିଁ। ଉଲ୍ଲେଖନୀୟ ଲୋକସଭା ନିର୍ବାଚନ ସମୟରେ ରାଜ୍ୟରେ ବିଜେପିର ପ୍ରଦର୍ଶନକୁ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଓ ମୋହନ ଭାଗବତଙ୍କ ସାକ୍ଷାତ ବହୁତ ଗୁରୁତ୍ଵ ବହନ କରୁଛି। 

Also read: ଜାମ୍ମୁକୁ ଆତଙ୍କବାଦ ମୁକ୍ତ ଅଞ୍ଚଳ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ

ଏହି ସାକ୍ଷାତରେ ଉତ୍ତର ପ୍ରଦେଶରେ ବିଜେପିର ପ୍ରଦର୍ଶନ ଓ ଉତ୍ତର ପ୍ରଦେଶରେ ସାଂଗଠନିକ କାମକୁ ନେଇ ଆଲୋଚନା ହୋଇପାରେ। ଏଥର ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ୮୦ରୁ ମାତ୍ର ୩୩ ଜିତିବାରେ ସକ୍ଷମ ହୋଇଛି। ସଂଘର ମୁଖପାତ୍ର ବିଜେପି ଓ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇ ସାରିଛି। ତଥାପି ମୋହନ ଭାଗବତ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବଡ଼ ବାର୍ତ୍ତା ଦେବାକୁ ଚାହାନ୍ତି। ମାତ୍ର ଯେଉଁଭଳି ଭାବେ ସାକ୍ଷାତ ଅଟକିଛି ତାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। 

ତେବେ କୁହାଯାଉଛି ଯୋଗୀ ଓ ମୋହନ ଭାଗବତଙ୍କ ମଧ୍ୟରେ ଆଲୋଚନା ଆଜି କେଉଁ ସମୟରେ ବି ହୋଇପାରେ।କାରଣ ଉଭୟ ଯୋଗୀ ଓ ଭାଗବତ ଗୋରଖପୁରର। ଭାଗବତ ୫ ଦିନିଆ ଗୋରଖପୁର ଗସ୍ତରେ ଅଛନ୍ତି। ଉଲ୍ଲେଖନୀୟ ଚଳିତ ସାଧାରଣ ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ସଂଘ  ସହ ମତଭେଦ ବଢି ଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.