ସ୍ୱାଧୀନତା ପୂର୍ବରୁ ପ୍ରସିଦ୍ଧ ପୋର୍ଟ ବ୍ଲେୟାର, ଏହା ପଛର ଇତିହାସ କଣ?

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬/୦୯: ଭାରତ ମହାସାଗରର ଉତ୍ତର-ପୂର୍ବରେ ରହିଛି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ  ଯାହା ବିଷୟରେ  ପୁସ୍ତକରେ ପଢିଛେ ଏହି ଦ୍ୱୀପ ଗୋଷ୍ଠୀର ରାଜଧାନୀ ହେଉଛି ପୋର୍ଟ ବ୍ଲେୟାର  ଯାହାର ଏବେ ହୋଇଛି ନାମ ବର୍ତ୍ତମାନ ପରିବର୍ତ୍ତନ  ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ପୋର୍ଟ ବ୍ଲେୟାରର ନାମକୁ 'ଶ୍ରୀ ବିଜୟପୁରମ୍ରେ ପରିବର୍ତ୍ତନ କରିଛି ପୋର୍ଟ ବ୍ଲେୟାର ସ୍ୱାଧୀନତାର ବହୁ ପୂର୍ବରୁ ପ୍ରସିଦ୍ଧ  ହେଲେ କାହିଁକି ପୋର୍ଟ ବ୍ଲେୟାର ଭାବେ ପ୍ରସିଦ୍ଧକଣ ଏହା ପଛର ରହସ୍ୟ?

ସେଲୁଲାର୍ ଜେଲ୍ ବିଷୟରେ ନିଶ୍ଚୟ ଶୁଣିଥିବେ  ଯାହା ଭାରତୀୟ ଇତିହାସର ସବୁଠାରୁ କୁଖ୍ୟାତ ଜେଲ୍  ଏହି ଜେଲ୍ ପୂର୍ବରୁ କଳା ପାଣି ଦଣ୍ଡ ନାମରେ ଥିଲା ଜଣାଶୁଣା  ଏହି ଜେଲ୍ ପୋର୍ଟ ବ୍ଲେୟାର ସହରର ଆଟଲାଣ୍ଟା ପଏଣ୍ଟରେ ଅବସ୍ଥିତ  ତିନି ମହଲା ଜେଲଯାହା ବ୍ରିଟିଶମାନଙ୍କ ଦ୍ୱାରା ୧୯୦୬ ମସିହାରେ ହୋଇଥିଲା ନିର୍ମିତ  ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ରଖାଯାଇଥିଲା ଏଠାରେ  ତେବେ 'ଲେଫ୍ଟନାଣ୍ଟ ରେଜିନାଲା ବ୍ଲେୟାର'ଙ୍କ ନାମରେ ନାମିତ ହୋଇଥିଲା ପୋର୍ଟ ବ୍ଲେୟାର ସହର  ଯିଏ ୧୭୮୯ରେ ଏହି ସହର ଉପରେ କରିଥିଲେ ସର୍ଭେ 


ପୋର୍ଟ ବ୍ଲେୟାରରେ ଆରା ମିଲ ବି ଅଛିଯାହା ଏସିଆର ସର୍ବ ପୁରାତନ ଏବଂ ବୃହତ୍ତମ ସ-ମିଲ ଭାବେ ପରିଚିତ  ଖାସ୍ କରି ଚାଥମ୍ ସ-ମିଲ୍ ଭାବରେ ଥିଲେ ବେଶ୍ ଜଣାଶୁଣା  ୧୮୮୩ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ସ-ମିଲ୍  ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ ସୈନ୍ୟ ୧୯୪୨ ମସିହାରେ ପୋର୍ଟ ବ୍ଲେୟାରକୁ କାବୁ କରିଥିଲେ  ସେ ସେଲୁଲାର ଜେଲରେ ଥିବା ଅନେକ କଏଦୀଙ୍କୁ ମଧ୍ୟ ମୁକ୍ତ କରିଥିଲେ । ତେବେ ପରେ ସେମାନେ ଜେଲରେ ରହୁଥିବା କଏଦୀଙ୍କ ପରିବାରକୁ ଉଠାଇ ନେଇ ନିର୍ଯାତନା ଦେଇ ଜେଲରେ ରଖିଥିଲେ । ବ୍ରିଟିଶ ସୈନିକଙ୍କ ଅପେକ୍ଷା ଜାପାନୀ ସୈନିକଙ୍କୁ ଅଧିକ ନିର୍ଦ୍ଦୟ ବୋଲି କରାଯାଉଥିଲା ବିବେଚନା 

୨୯ ଡିସେମ୍ବର ୧୯୪୩ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯାଇଥିଲେ ଆଣ୍ଡାମାନ  ଯେଉଁଠାରେ ତାଙ୍କୁ ଜାପାନ ନୌସେନାର ଆଡମିରାଲ ଇଶିକାୱା ସ୍ୱାଗତ କରିଥିଲେ । ପରଦିନ ସେ ପୋର୍ଟ ବ୍ଲେୟାରରେ ପହଞ୍ଚି ସେଠାରେ ପ୍ରଥମ ଭାରତୀୟ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ  ବୁଲି ଦେଖିଥିଲେ ସେଲୁଲାର ଜେଲ  ଜାପାନ ଅଧିକାରୀମାନେ ଜାଣିଶୁଣି ସେହି ସ୍ଥାନକୁ ନେଇନଥିଲେ ଯେଉଁଠାରେ ଭାରତୀୟମାନେ କାରାଗାରରେ ଥିଲେ ଓ ଦିଆଯାଉଥିଲା ନିର୍ଯାତନା । ଏବେ ସେହି ସ୍ୱାଧିନତା ସଂଗ୍ରାମୀଙ୍କ ପାଇଁ ଶ୍ରୀ ବିଜୟପୁରମ୍ ନାମରେ ହୋଇଛି ନାମିତ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.