ପ୍ରଭାସଙ୍କ ବିବାହ ଫାଇନାଲ, ହାଇଦ୍ରାବାଦର ବଡ ବ୍ୟବସାୟୀଙ୍କର ହେବେ ଜ୍ଵାଇଁ

Published By : Prameya-News7 Bureau | March 28, 2025 IST

ମୁମ୍ଵାଇ ୨୮।୦୩; ସାଉଥ ସିନେମାର ଲୋକପ୍ରିୟ ଅଭିନେତା ପ୍ରଭାସ।  ତାଙ୍କର ଉତ୍କୃଷ୍ଟ ଅଭିନୟ-ଆକ୍ସନ ସମସ୍ତଙ୍କ ହୃଦୟ ଜିତିଛି।  ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍‌ ପ୍ରସଙ୍ଗ ହୋଇ ରହିଥାଏ। ବିଶେଷକରି, ପ୍ରେମ କାହାଣୀ ଏବଂ ବିବାହ କଥା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ବର୍ତ୍ତମାନ ବିବାହ ପ୍ରସଙ୍ଗରେ ଟଲିଉଡର ହିରୋ ପ୍ରଭାସଙ୍କ ନାମ ଶୀର୍ଷରେ ଅଛି। କୁହାଯାଉଛି ପ୍ରଭାସ ବିବାହ କରିବାକୁ ଯାଉଛନ୍ତି। 

ପ୍ରଶଂସକମାନେ ବହୁ ଦିନ ଧରି ଅଭିନେତାଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।୪୫ ବର୍ଷର ଏହି ବ୍ୟାଚଲର୍‌ ଏବେ ହାତକୁ ଦୁଇ ହାତ ହେବେ । ପ୍ରଶଂସକମାନେ ଭାବୁଥିବେ ଯେ ପ୍ରଭାସ 'ଦେବସେନା' ତଥା ଅନୁଷ୍କା ଶେଟ୍ଟୀଙ୍କ ସହ ସାତ ଫେରା ନେବେ, କିନ୍ତୁ ତାହା ନୁହେଁ, ବରଂ ସେ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଜ୍ଵାଇଁ ହେବାକୁ ଯାଉଛନ୍ତି। ସେ ହାଇଦ୍ରାବାଦର ଜଣେ ବଡ ବ୍ୟବସାୟୀଙ୍କ ଝିଅକୁ ବିବାହ କରିବେ।

ତେବେ ପ୍ରଭାସଙ୍କ ଭାବି ପତ୍ନୀ କିଏ ଏବଂ ସେ କଣ କରୁଛି ସେ ସମ୍ପର୍କରେ ସୂଚନା ମିଳିନାହିଁ। ଝିଅଟିର ବାପା ହାଇଦ୍ରାବାଦର ଜଣେ ବଡ ବ୍ୟବସାୟୀ । ବର୍ତ୍ତମାନ ପ୍ରଭାସଙ୍କ ବିବାହର ଗୁରୁତ୍ୱପୂର୍ଣ୍ଣ ବିବରଣୀ ସିକ୍ରେଟ ରଖାଯାଇଛି। ପରିବାର ଲୋକେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ୟାମଲା ଦେବୀ ପ୍ରଭାସଙ୍କ ଖୁଡି ବିବାହ ପ୍ରସ୍ତୁତି ଦାୟିତ୍ବ ନେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.