ଭୁବନେଶ୍ବର ୩୦।୩: ଓଡ଼ିଆ ପକ୍ଷ ପାଳନକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କଟାକ୍ଷ ପ୍ରସଙ୍ଗରେ ଜବାବ ରଖିଲେ ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, ନାଲି ଚଷମା ପିନ୍ଧିଥିବା ଲୋକଙ୍କୁ ସମଗ୍ର ଦୁନିଆଟା ନାଲି ହିଁ ଦେଖାଯିବ । ୨୪ ବର୍ଷ ହେଲା ଅସ୍ମିତା ଅର୍ଥ ବୁଝିପାରିଲେ ନାହିଁ । ୨୪ବର୍ଷ ଧରି ଶାସନ ଗାଡ଼ିର ଷ୍ଟିୟରିଂ ଧରିଥିଲେ । ଅତୀତ ଇତିହାସ ଉପରେ ସାଧାରଣ ଜ୍ଞାନ ଗରିମା ରହିବା ଦରକାର । ଅସ୍ମିତାକୁ ନେଇ ସେମାନେ ଅଲଗା ଅର୍ଥରେ ଭାବୁଛନ୍ତି ତାଙ୍କୁ ଭାବିବାକୁ ଦିଅନ୍ତୁ ବୋଲି ବିରୋଧୀ ଦଳ ଉପନେତାଙ୍କୁ ଜବାବ ଦେଇଛନ୍ତି ବାବୁ ସିଂ । ଉଡ୍ର, ଉତ୍କଳ, କଳିଙ୍ଗ, ଓଡ଼ିଶା ନେଇ ସମନ୍ଵୟ ରହିଛି । ଆମ ସମନ୍ୱୟର ଠାକୁର କାଳିଆ ଠାକୁର ବୋଲି କହିଛନ୍ତି । ମତ ପାର୍ଥକ୍ୟ ରହିବା ଅନୁଚିତ ବୋଲି ସେ କହିଛନ୍ତି ।
You Can Read: