ମୁଁହ ଖୋଲିଲେ ବିରୋଧୀ ଦଳ ମୁଖ୍ୟ ସଚେତକ, କହିଲେ 'ବିଜେଡି କାହିଁକି ଭାଙ୍ଗିବ ବିଜେପି ଭାଙ୍ଗୁ'

Published By : Prameya-News7 Bureau | February 14, 2025 IST

ଭୁବନେଶ୍ୱର ୧୪/୦୨: ଦଳ ବିଷୟରେ ପଚରିବାରୁ ଚିହିଁକି ଉଠିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସର୍ବ ସମ୍ମୁଖରେ ତୋଡେ ଦେଖେଇ ଦଳ ସପକ୍ଷରେ ବାହାରିଲେ ପ୍ରମିଳା । ସାମ୍ୱାଦିକ ପ୍ରଶ୍ନର ଉତ୍ତର ରଖି ରୋକ୍‌ଠୋକ୍ ଶୁଣାଇଦେଲେ ପ୍ରମିଳା । କହିଲେ “ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । 

ଖାଲି ସେତିକି ନୁହେଁ ପ୍ରଫୁଲ୍ଲ ଘଡ଼ାଇ ରଖିଥିବା ମନ୍ତବ୍ୟ ପ୍ରସଙ୍ଗରେ ଜବାବ ରଖିଥିଲେ ସେ । କହିଲେ ସେ ଜାଣିଥିବେ, କେଉଁଠି ଷଡ଼ଯନ୍ତ୍ର ହୋଇଛି । ବିଜେଡି ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ହୋଇନାହିଁ । କେବେ ଆମର ଅହଙ୍କାର ହୋଇନାହିଁ । ପ୍ରଫୁଲ ଘଡେଇ ଜାଣିଥିବେ ସେ ଏମିତି କଥା, କାହିଁକି କହିଛନ୍ତି । କହିବାକୁ ଗଲେ ବରିଷ୍ଠ ନେତା ପ୍ରଫୁଲ ଘଡେଇ ବିଜେଡିକୁ ନେଇ ବିବାଦୀୟ ବୟାନ ଦେବା ପରେ ଏହାର ପ୍ରତି ଜବାବ କିଛି ଏଭଳି ଢଙ୍ଗରେ ଦେଇଛନ୍ତି ।


ସୂଚନା ଥାଉକି, ଆଜି ବିଧାନସଭାରେ କଟନୀ ଛଟନୀ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା ହୋଇଥିଲା । ଏହାର ଉତ୍ତରରେ ପ୍ରମିଳା କହିଥିଲେ ଗୁରୁବାର ବିଜେଡି ବାଚସ୍ପତିଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଅଦିନିଆ ବର୍ଷା ଯୋଗୁଁ ୧୪ ଚାଷୀ ଆତ୍ମହତ୍ୟା ହେଲା । ଚାଷୀ ଏବେ ରାଜରାସ୍ତାରେ । କଟନୀ ଛଟନୀ ବି ହେଉଛି । ଆଲୋଚନା ପାଇଁ ଅନୁରୋଧ କରିଥିଲୁ । ହେଲେ ବାଚସ୍ପତି ଏଡାଇ ଦେଲେ, ତେଣୁ ପ୍ରତିବାଦ ଜାରି ରହିବ ବୋଲି ପ୍ରମିଳା କହିଥିଲେ । ତେବେ ଏହାରି ଭିତରେ ଗଣମାଧ୍ୟମ ପ୍ରଫୁଲ୍ଲ ମନ୍ତବ୍ୟ ପ୍ରସଙ୍ଗରେ ପ୍ରମିଳାଙ୍କୁ ଜବାବ ମାଗିଥିଲେ । ଯାହାର ଉତ୍ତର ରଖି ବିରକ୍ତି ଭାବ ପ୍ରକାଶ କରିଥିଲେ । 

also read...

ବିଧାନସଭାରେ ଥମୁନି ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.