ଦ୍ୱିତୀୟ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ହେଲେ ପ୍ରେମ ସିଂହ ତମାଙ୍ଗ

Published By : Prameya-News7 Bureau | June 10, 2024 IST

HT

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ହେଲେ ପ୍ରେମ ସିଂହ ତମାଙ୍ଗ। ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (SKM) ସଭାପତି ପ୍ରେମ ସିଂ ତମାଙ୍ଗ ସିକ୍କିମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। 

ସିକ୍କିମର ପାଲଜୋର ଷ୍ଟାଡିୟମରେ ସିଏମ୍‌ର ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ତମାଙ୍ଗଙ୍କୁ ଶପଥ ପାଠ କରାଇଥିଲେ। ପ୍ରକାଶଥାଉକି ବିଧାନସଭା ନିର୍ବାଚନରେ ୩୨ଟି ସିଟ୍ ମଧ୍ୟରୁ SKM ଜିତିଛି। ଚଳିତ ବର୍ଷ ଏପ୍ରିଲରେ ସିକ୍କିମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହାର ଫଳାଫଳ ଜୁନ୍ ୨ରେ ଆସିଥିଲା।

ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱରେ ଏସକେଏମ ସିକ୍କିମର ୩୨ଟି ସିଟ୍ ମଧ୍ୟରୁ ୩୧ ଟିରେ ବିଜୟ ହାସଲ କରିଛି। ସିକ୍କିମ୍ ବିଧାନସଭା ନିର୍ବାଚନରେ ତମାଙ୍ଗ ନିଜେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ଉଭୟ ଆସନ ଜିତିଥିଲେ। ସେ ସୋରେଙ୍ଗ-ଚାକୁଙ୍ଗ ଏବଂ ରେନକ୍ ସିଟ୍ ଜିତିଛନ୍ତି।

2019 ମସିହାରେ ତାମଙ୍ଗ ରାଜ୍ୟରେ ପ୍ରଥମ ଥର ପାଇଁ ତାଙ୍କ ସରକାର ଗଠନ କରିଥିଲେ। ଏହାପୂର୍ବରୁ ପୱନ କୁମାର ଚାମଲିଙ୍ଗଙ୍କ ସରକାର 24 ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.