ସିଗନାଲ୍ ଫେଲ୍, ଦ୍ରୁତଗତି, ପୁଣି ୨ ଟ୍ରେନ୍ ମଧ୍ୟରେ ଟକ୍କର; ନ୍ୟୁ-ଜଲପାଇଗୁଡିରେ ଏମିତି ହୋଇଥିଲା ଦୁର୍ଘଟଣା

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗର ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଅଗରତାଲାରୁ ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ପଛରୁ ଧକ୍କା ଦେଇଥିଲା । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୯ଜଣ ପ୍ରାଣ ହରାଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ମାନବୀୟ ତ୍ରୁଟି ଯୋଗୁ ରେଳ ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ କରିଛି । ଖରାପ ସୀଗନାଲ୍ ପାଇଁ ଅଘଟଣ ଘଟିଲା ବୋଲି କୁହାଯାଇଛି । ତେବେ କେଉଁ କାରଣ ଏତେ ବଡ଼ ଦୁର୍ଘଟଣା ଘଟିଲା ଆସନ୍ତୁ ଜାଣିବା...

୧. କାଞ୍ଚନଜଙ୍ଗା ଏକ୍ସପ୍ରେସ ତ୍ରିପୁରାର ଅଗରତାଲାରୁ ସିଆଲଦା ଯାଉଥିଲା । ରଙ୍ଗପାଣି ଷ୍ଟେସନ ପାର୍ କରିବା ପରେ ସକାଳ ୮.୫୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍ ପଛରୁ ପିଟିଥିଲା । ଦୁର୍ଘଟଣା ପରେ ତିନୋଟି ବଗି ରେଳ ଧାରଣା ତଳକୁ ଖସିଯାଇଥିଲା । ଇଞ୍ଜିନ୍ ଉପରେ ଚଢ଼ିଯାଇଥିଲା ବଗି । ଏହି ଭୟଙ୍କର ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ଜଣ ଆହତ ହୋଇଛନ୍ତି ।

୨. ଦୁର୍ଘଟଣା ମିଳିବାର ସୂଚନା ମିଳିବା ପରେ ରେଳ ବିଭାଗ, ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ, ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । ମାତ୍ର ଲଗାଣ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । 

୩. ପଶ୍ଚିମବଙ୍ଗ ରାଣିପତରା ରେଳ ଷ୍ଟେସନ ଏବଂ ଚତର ହାଟ ଜଙ୍କସନ ମଧ୍ୟରେ ଅଟୋମେଟିକ୍ ସିଗନାଲ୍ ସିଷ୍ଟମ୍ ସୋମବାର ଭୋର ୫.୫୦ ମିନିଟ୍‌ରେ ଖରାପ ହୋଇଯାଇଥିଲା । ଏହି କାରଣରୁ ଏକ ମାଲଗାଡ଼ି ଟ୍ରେନ୍ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା ।   

୪. ଅଟୋମେଟିକ୍ ସିଗନାଲ୍ ସିଷ୍ଟମ୍ ଫେଲ୍ ହେବା କାରଣରୁ ରାଣିପତରା ଷ୍ଟେସନ ମାଷ୍ଟର କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ TA-912 ମେମୋ ଜାରି କରାଯାଇଥିଲା । ମାଲବାହୀକୁ ମଧ୍ୟ ମେମୋ ଜାରି କରାଯାଇଥିଲା । 

୫. ସିଗନାଲ୍ ସିଷ୍ଟମ୍ କାମ ନକଲେ ଏହି ନୋଟ୍ ଜାରି କରାଯାଏ । ଲୋକୋ ପାଇଲଟଙ୍କୁ ସମସ୍ତ ରେଡ୍ ସିଗନାଲ୍ କ୍ରାସ୍ କରିବାର ମଞ୍ଜୁରୀ ଦେଇଥାଏ । ଯଦି ମାଲଗାଡି ଟିଏ-912 ମେମୋ ଦିଆଯାଇନାହିଁ, ତେବେ ଡ୍ରାଇଭର ପ୍ରତି ରେଡ୍ ସିଗନାଲରେ ଗାଡ଼ି ଗୋଟିଏ ମିନିଟ୍ ଲେଖାଏ ରଖିଥାନ୍ତି । ଅର୍ଥାତ୍ ଘଣ୍ଟା ୧୦ କିଲୋମିଟର ବେଗ୍ ଆଗକୁ ଚାଲିଥାଏ । ଏହି ନୋଟକେ କୁହାଯାଇଛି ଲୋକୋ ପାଇଲଟକୁ ଫାଟକ ଉପରେ ନଜର ରଖିବାକୁ ପଡିଥାଏ । ଗେଟ୍ ହେବା ପରେ ଗାଡ଼ିକୁ ଆଗକୁ ବଢ଼ିଥାଏ । ଗେଟ୍ ଖୋଲା ଥିଲେ ଟ୍ରେନ୍ ଆଗକୁ ବଢ଼ିନଥାଏ ।

୬. ରେଳ ବିଭାଗ ଦୁର୍ଘଟଣାକୁ ନେଇ ପ୍ରାରମ୍ଭରୁ ମାଲଗାଡିକୁ ଦୋଷୀ ମାନିଥିଲା । ରେଲଓ୍ବେ ବୋର୍ଡ ଚେୟାରମ୍ୟାନ୍ ଜୟା ବର୍ମା ସିହ୍ନା କହିଛନ୍ତି, ମାଲଗାଡିର ଲୋକୋ ପାଇଲଟ୍ ସିଗନାଲକୁ ଅଣଦେଖା କରିଛନ୍ତି । ଯେଇଁଥି ପାଇଁ ଏତେ ବଡ଼ ଦୁର୍ଘଟଣା ହେଲା ।  

୭. ଅନ୍ୟପଟେ ଲୋକୋ ପାଇଲଟ୍ ସଂଗଠନ ରେଲଓ୍ବେ ବୋର୍ଡର ଏହି ବୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି ଯାଞ୍ଚ ବିନା ଲୋକୋ ପାଇଲଟକୁ ଦୋଷୀ ଘୋଷଣା କରିବା ଅପତ୍ତିଜନକ କଥା । 

୮. ଏହି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୪ଜଣଙ୍କ ପରିଚୟ ଏଯାଏ ମିଳିନାହିଁ । ରେଳ ବିଭାଗ ପକ୍ଷରୁ ସମସ୍ତ ଆହତଙ୍କ ଲିଷ୍ଟ୍ ଜାରି କରାଯାଇଛି ।

 

  • Kanchanjungha Train Tragedy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.