୩ ଦିନିଆ ସିବିଆଇ ରିମାଣ୍ଡରେ କେଜରିୱାଲ, ଅବକାରୀ ନୀତି ଦୁର୍ନୀତି ମାମଲାରେ ରାଉଜ୍ ଏଭେନ୍ୟୁ କୋର୍ଟଙ୍କ ନିଷ୍ପତ୍ତି

Published By : Prameya-News7 Bureau | June 26, 2024 IST

aajtak

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ଵାରା ଗିରଫ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ମୁସ୍କିଲ ଥମିବାର ନାଁ ନେଉନି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ବୁଧବାର ଅରବିନ୍ଦ କେଜରିଓ୍ଵାଲଙ୍କୁ ତିନି ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ଜୁନ ୨୯ ତାରିଖ ସନ୍ଧ୍ୟା ୭ଟାରେ ଆପର ସଂଯୋଜକ ଅରବିନ୍ଦ କେଜରିଓ୍ଵାଲଙ୍କୁ କୋର୍ଟରେ ହାଜର କରାଇବ ସିବିଆଇ। ରାଉଜ ଏଭେନ୍ୟୁ କୋର୍ଟରେ ସିବିଆଇ କେଜରିଓ୍ଵାଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଥିଲା। ତେବେ କୋର୍ଟ ତିନି ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

କୋର୍ଟରେ ଶୁଣାଣି ସମୟରେ ବୁଧବାର ଆପ୍ ନେତା ଅରବିନ୍ଦ କେଜରିଓ୍ଵାଲଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିଲା। କେଜରିଓ୍ଵାଲଙ୍କ ପତ୍ନୀ ସୁନିତା କେଜରିଓ୍ଵାଲଙ୍କୁ ପ୍ରତିଦିନ ୩୦ ମିନିଟ୍ ସାକ୍ଷାତ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏହା ସହିତ କେଜରିଓ୍ଵାଲଙ୍କୁ ପ୍ରତିଦିନ ୩୦ ମିନିଟ୍ ନିଜର ଓକିଲଙ୍କ ସହ ଭେଟିବାକୁ ସମୟ ଦିଆଯାଇଛି। ଆପ୍‌ର ସଂଯୋଜକଙ୍କୁ ଔଷଧ ଓ ଘରେ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

ଏହା ପୂର୍ବରୁ ସିବିଆଇ ଦ୍ଵାରା ନିଜ ସ୍ଵାମୀ ଅରବିନ୍ଦ କେଜରିଓ୍ଵାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ଦେଇତୀଲେ ସୁନିତା କେଜରିଓ୍ଵାଲ। ସେ କହିଥିଲେ, ଜୁନ ୨୦ରେ ଅରବିନ୍ଦ କେଜରିଓ୍ଵାଲଙ୍କୁ ଜାମିନ ମିଳିଲା। ଏହା ପରେ ତୁରନ୍ତ ଇଡି ତାଙ୍କୁ ଅପହରଣ କରିନେଲା। ପୁଣି ପରବର୍ତ୍ତୀ ଦିନ ସିବିଆଇ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ଗିରଫ କରି ନେଲା। ପୁରା ଶାସନ ପ୍ରଣାଳୀ ଲାଗି ପଡ଼ିଲେ ଯେମିତି କେଜରିଓ୍ଵାଲ ଜେଲ୍‌ରୁ ନ ବାହାରି ପାରିବେ। ଏହା କାନୁନ ନୁହେଁ। ଏହା ଏକ ଛତ୍ରବାଦ ଶାସନ ଓ ଜରୁରୀକାଳୀ ସ୍ଥିତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.