Budget 2024: ଷ୍ଟାଣ୍ଡାର୍ଡ ଡିଡକ୍ସନ ଦ୍ୱିଗୁଣା ହେବା ଦରକାର, ଜାଣନ୍ତୁ ସରକାରଙ୍କୁ କିଏ ଦେଲା ପରାମର୍ଶ ?

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ: ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ କେବେ ଉପସ୍ଥାପନ ହେବ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ସରକାରଙ୍କୁ ବିଭିନ୍ନ ସେକ୍ଟରକୁ ପରାମର୍ଶ ମିଳିବା ଆରମ୍ଭ ହୋଇଛି । ଏଥର ଯେଉଁ ପରାମର୍ଶ ମିଳିଛି, ତାହା ଟ୍ୟାକ୍ସ ଏବଂ ଆଇଭାଇଜରି କମ୍ପାନି ଇୱାଇ ପକ୍ଷରୁ ଆସିଛି । ଯଦି ଏହି ସୁପାରିଶକୁ ସରକାର ଗ୍ରହଣ କରନ୍ତି ତେବେ ଟିକସଦାତା ଟ୍ୟାକ୍ସରୁ ଅନେକ ସଂଚୟ କରିପାରିବେ । ଇୱାଇ ସରକାରକୁ ଷ୍ଟାଣ୍ଡାର୍ଡ ଡିଡକ୍ସନ ଦ୍ୱିଗୁଣା କରିବା ଏବଂ ଟ୍ୟାକ୍ସ ରିହାତିର ସୀମାକୁ ବଢାଇବା ଉପରେ ମଧ୍ୟ ପରାମର୍ଶ ଦେଇଛି ।

ଟ୍ୟାକ୍ସ ଏବଂ ଆଡଭାଇଜରି କମ୍ପାନି ଇୱାଇ ସରକାରକୁ ଆଗାମୀ ବଜେଟରେ ନୂଆ ରିହାତି ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ଦ୍ୱିଗୁଣା କରି ଏକ ଲକ୍ଷ ଟଙ୍କା କିମ୍ୱା ମୂଳ ଟିକସ ଛାଡ଼ ସୀମାକୁ ବଢାଇ ୩.୫ ଲକ୍ଷ ଟଙ୍କା କରିବା ପାଇଁ ପରାମର୍ଶ ଦେଇଛି । ଆଗାମୀ ବଜେଟ୍ ଟିକସ ବ୍ୟବସ୍ଥାରେ ସଂସ୍କାରର ପ୍ରାଥମିକତା କଥା ଉଲ୍ଲେ କରି ଇୱାଇ କହିଛି ଯେ ସରକାର ଟିକସ୍ ଢାଞ୍ଚାକୁ ସୁବ୍ୟବସ୍ଥିତ କରିବା, ଆର୍ଥିକ ବୃଦ୍ଧିକୁ ବଢାଇବା ପାଇଁ ନୀତିଗତ ଢାଞ୍ଚାକୁ ଉନ୍ନତ କରିବା ଏବଂ ନିବେଶ ତଥା ବୃଦ୍ଧି ପାଇଁ ଅନୁକୂଳ ବାତାବାରଣକୁ ପ୍ରାଥମିକତା ଦେବା ଦରକାର ।

ଇୱାଇ ପରାମର୍ଶ ଦେଇଛି ଯେ କର୍ପୋରେଟ୍ ଟିକସ ହାରରେ ସ୍ଥିରତା ରଖାଯିବା ଦରକାର, ଟିଡିଏସ ବ୍ୟବସ୍ଥାକୁ ଯୁକ୍ତିସଂଗତ କରାଯାଉ ତଥା ବିବାଦର ସମାଧାନକୁ ସୁବ୍ୟବସ୍ଥିତ କରାଯାଉ । କମ୍ପାନି କହିଛି ଯେ ବ୍ୟକ୍ତିଗତ ଟିକସ୍ ମୋର୍ଚ୍ଚାରେ ରିହାତି ବିନା ଟିକସ ବ୍ୟବସ୍ଥା ଜାରି ରହିବା ଦରକାର ।

ବର୍ତ୍ତମାନର ଟିକସ ପ୍ରଣାଳୀରେ କରଦାତା ପୁରୁଣା ବ୍ୟବସ୍ଥା ଏବଂ କମ ହାର ଏବଂ ନୂଆ ବ୍ୟବସ୍ଥା ମଧ୍ୟରୁ ଚୟନ କରିପାରିବେ । ଯେଉଁଠି ପୁରୁଣା ବ୍ୟବସ୍ଥାରେ ବିଭିନ୍ନ ରିହାତି ଏବଂ ଡିଡକ୍ସନ ପ୍ରଦାନ କରାଯାଇଥାଏ, ଅନ୍ୟପଟେ ନୂଆ ଟିକସ ବ୍ୟବସ୍ଥାରେ ୫୦,୦୦୦ ଟଙ୍କାର ମାନକ ଡିଡକ୍ସନ ଦିଆଯାଇଥାଏ, କିନ୍ତୁ କୌଣସି ରିହାତି ଦିଆଯାଏ ନାହିଁ । ଇୱାଆଇ କହିଛି ଯେ ସରକାର ପ୍ରଯୁକ୍ତି ଏବଂ ଡାଟା-ପରିଚାଳିତ ଟିକସ ଅନୁପାଳନ ପ୍ରକ୍ରିୟାରେ ସୁଧାର ପାଇଁ ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.