ବଡ ପ୍ଲେୟର କାହିଁକି ଖେଳନ୍ତିନି ରଣଜୀ ? ଗୋଟିଏ ମ୍ୟାଚକୁ କେତେ ନିଅନ୍ତି ପ୍ଲେୟର…

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୦୯: ରଣଜୀ ଟ୍ରଫି । ଭାରତର ସବୁଠାରୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚରେ ଭଲ ପ୍ରଦର୍ଶନ ପରେ ପ୍ଲେୟରଙ୍କୁ ମିଳେ ଟିମ୍‌ ଇଣ୍ଡିଆରେ ଏଣ୍ଟ୍ରି । କିନ୍ତୁ ଅନେକ ସମୟରେ ରଣଜୀ ଟ୍ରଫି ଖେଳିବାକୁ ମନା କରନ୍ତି ପ୍ଲେୟର । କିନ୍ତୁ କାହିଁକି ?  ରଣଜୀ ଖେଳୁଥିବା ପ୍ଲେୟରଙ୍କୁ କେତେ ମିଳେ ଦରମା ? ଗୋଟିଏ ମ୍ୟାଚ ଖେଳିବାକୁ କେତେ ମିଳେ ଫି ?  

ରଣଜୀ ଟ୍ରଫିର  ପ୍ରଥମ ମ୍ୟାଚ୍‌ ୧୯୩୪-୩୫ରେ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଛୋଟଠାରୁ ବଡ ସବୁ ପ୍ଲେୟର ଖେଳିଥାନ୍ତି । କିନ୍ତୁ ବଡ ପ୍ଲେୟର ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ରାଜି ହୁଅନ୍ତିନି । ଏହାର ପ୍ରମୁଖ କାରଣ ହେଉଛି ଦରମା । ଆଇପିଏଲ୍‌ରେ ପ୍ଲେୟରଙ୍କୁ ମିଳିଥାଏ କୋଟି କୋଟି ଟଙ୍କା । କିନ୍ତୁ ରଣଜୀ ଟ୍ରଫିରେ ଦରମା ହିସାବ ଆଇପିଏଲଠାରୁ ବହୁତ ଭିନ୍ନ ।   

ରଣଜୀରେ ପ୍ଲେୟରଙ୍କୁ ପ୍ରତିଦିନ ହିସାବରେ ମିଳିଥାଏ ଦରମା । ଯେଉଁ ପ୍ଲେୟରଙ୍କ ପାଖରେ ୪୦ରୁ ଅଧିକ ମ୍ୟାଚ୍‌ର ଅନୁଭବ ରହିଥାଏ ତାଙ୍କୁ ଦିନକ ପାଇଁ ମିଳିଥାଏ ୬୦ ହଜାର ଟଙ୍କା । କିନ୍ତୁ ଯେଉଁ ପ୍ଲେୟର ୨୦ ରୁ ୪୦ଟି   ମ୍ୟାଚ୍‌ ଖେଳିଥିବେ ସେମାନଙ୍କୁ ଦୈନିକ ୫୦ ହଜାର ଟଙ୍କା ମିଳିଥାଏ । ଏହାବ୍ୟତୀତ ୨୦ରୁ କମ୍‌ ମ୍ୟାଚ ଖେଳିଥିବା ପ୍ଲେୟରଙ୍କୁ ଦିନକ ପାଇଁ ମିଳିଥାଏ ୪୦ ହଜାର ଟଙ୍କା ।  

ଏବେ ପ୍ରଶ୍ନ ଆସୁଛି ବେଞ୍ଚରେ ବସିଥିବା ପ୍ଲେୟରଙ୍କୁ କେତେ ମିଳେ ଦରମା ? ବାସ୍ତବରେ ରଣଜୀ ଟ୍ରଫିରେ ବେଞ୍ଚରେ ବସିଥିବା ପ୍ଲେୟରଙ୍କୁ ଏହାର ଅଧା ରାଶି ମିଳିଥାଏ । ରଣଜୀ ଟ୍ରଫି ଗ୍ରୁପ ରାଉଣ୍ଡ ମ୍ୟାଚ ୪ଦିନ ଧରି ଚାଲିଥାଏ । ଏହାବ୍ୟତୀତ ନକଆଉଟ ମ୍ୟାଚ୍‌ ୫ଦିନ ପର୍ଯ୍ୟନ୍ତ ଚାଲିଥାଏ । ରଣଜୀ ଟ୍ରଫିର ଗ୍ରୁପ୍ ରାଉଣ୍ଡରେ ପ୍ରାୟ ୭ଟି ମ୍ୟାଚ୍ ରହିଥାଏ । ଆଉ ୩ଟି ନକ୍ଆଉଟ୍ ମ୍ୟାଚ୍ ହୋଇଥାଏ ।

ଏହିପରି ଭାବେ ଯଦି ଜଣେ ଖେଳାଳି ରଣଜୀ ଟ୍ରଫିର ସମସ୍ତ ମ୍ୟାଚ୍ ଖେଳନ୍ତି, ତେବେ ତାଙ୍କୁ ମୋଟ ୧୦ଟି ମ୍ୟାଚ୍ ଖେଳିବାକୁ ପଡିଥାଏ ଏବଂ ଏଥିପାଇଁ  ସମୟ ଲାଗିଥାଏ ମୋଟ ୪୩ ଦିନ । ଏଥିସହ ଯଦି ଜଣେ ଖେଳାଳି ସମସ୍ତ ମ୍ୟାଚ୍ ଖେଳି ରଣଜୀ ଟ୍ରଫି ଜିତନ୍ତି, ତେବେ ତାଙ୍କୁ ଦରମା ଭାବେ ୨୫ ଟଙ୍କା ମିଳିବ । ଯଦି ଟିମ୍‌ ନକ୍ଆଉଟରେ ସ୍ଥାନ ନ କରିପାରେ ତେବେ , ପ୍ଲେୟରଙ୍କୁ ମିଳିଥାଏ ୧୭ ଲକ୍ଷ ଟଙ୍କା ରୋଜଗାର କରିପାରନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.