IPL ୨୦୨୫ରେ ଖେଳାଯିବ ଏତିକି ମ୍ୟାଚ୍, BCCI ନେଲା ବଡ ନିଷ୍ପତ୍ତି…

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୦୯: ଆଇପିଏଲ ୨୦୨୫ ପୂର୍ବରୁ ହେବ ମେଗା ନିଲାମ । ବିସିସିଆଇ ଖୁବଶୀଘ୍ର ରିଟେନସ ପଲିସି କରିବ ଘୋଷଣା । ଏହା ପୂର୍ବରୁ ମ୍ୟାଚ୍ ସଂଖ୍ୟା ଉପରେ ଆସିଛି ବଡ ଅପଡେଟ୍ । ଟିମ୍ ଇଣ୍ଡିଆ ପ୍ଲେୟରଙ୍କ ଓ୍ବାର୍କଲୋଡ ମ୍ୟାନେଜମେଣ୍ଟକୁ ନେଇ ବିସିସିଆଇ ନେଇଛି ଏପରି ନିଷ୍ପତ୍ତି । 

ବିସିସିଆଇ ଅନୁଯାୟୀ ଚଳିତବର୍ଷ ୮୪ଟି ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ଆଇପିଏଲ୍ ୨୦୨୫ରେ ୧୦ଟି କମ୍ ମ୍ୟାଚ୍ ଖେଳାଯିବ । ଆଇପିଏଲ୍ ୨୦୨୫ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଯାହା ଗତ ତିନୋଟି ସିଜିନରେ ସହ ସମାନ । ବିସିସିଆଇର ମିଡିଆ ରାଇଟ୍ସ ଏବଂ ସ୍ପନସରସିପ୍ କଣ୍ଟ୍ରାକ୍ ଅନୁଯାୟୀ ଆଇପିଏଲ୍ ୨୦୨୫ ଏବଂ ୨୦୨୬ ସିଜିନରେ ଖେଳା ଯାଇଥାନ୍ତି ୮୪ଟି ଲେଖାଏଁ ମ୍ୟାଚ୍ । 

କିନ୍ତୁ ପ୍ଲେୟରଙ୍କ ଓ୍ବାର୍କଲୋଡ ମ୍ୟାନେଜମେଣ୍ଟ କରିବା ନେଇ ନିଆଯାଇଛି ଏପରି ନିଷ୍ପତ୍ତି । ଟିମ୍ ଇଣ୍ଡିଆ ଲଗାତର ୩ୟ ଥର ପାଇଁ WTC ଫାଇନାଲ ଖେଳିବାକୁ ଦାବିଦାର ଅଟେ । ଏପରିସ୍ଥିତିରେ ଯଦି ଖେଳାଳିମାନେ କ୍ୟାଲିଫାଏ କରନ୍ତି, ତେବେ ସେମାନଙ୍କର ପର୍ଯ୍ୟାପ୍ତ ବିଶ୍ରାମ ପାଇବା ଆବଶ୍ୟକ । ତେଣୁ ଏହାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । 

ଖବର ଅନୁଯାୟୀ ଆଇପିଏଲ୍ ୨୦୨୭ରେ ୯୪ଟି ମ୍ୟାଚ ଖେଳାଯିବ । କିନ୍ତୁ ମ୍ୟାଚ୍ ସଂଖ୍ୟା ବୃଦ୍ଧି ସମ୍ପୂର୍ଣ୍ଣ ରୂପେ ବିସିସିଆଇର ହାତରେ ରହିଛି । ଆଇପିଏଲର ସବୁ ଫ୍ରାଞ୍ଚାଇଜ୍ ବର୍ତ୍ତମାନ ରିଟେନସନ୍ ପଲିସିକୁ ଅପେକ୍ଷା କରିଛନ୍ତି । ଏହାପରେ ହିଁ ନିଷ୍ପତ୍ତି ନିଆଯାଇ ପାରିବ କି ଅକ୍ସନ ପୂର୍ବରୁ କେତେ ପ୍ଲେୟରଙ୍କୁ ରିଟେନ କରିପାରିବ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.