ଭାରତ-ବାଂଲା ଦ୍ୱିତୀୟ ଟେଷ୍ଟ: ଅଶ୍ୱିନଙ୍କ ନାଁରେ ଆଉ ଏକ ରେକର୍ଡ, ଅଷ୍ଟ୍ରେଲିଆର ମହାନ ବୋଲର ମ୍ୟାକଗ୍ରାଥ୍‌ଙ୍କୁ ପକାଇଲେ ପଛରେ

Published By : Prameya-News7 Bureau | September 27, 2024 IST

କାନପୁର: ଭାରତ ଏବଂ ବାଂଲାଦେଶ ମଧ୍ୟରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦିନର ପ୍ରଥମ ସେସନ ବାଂଲାଦେଶ ନାଁରେ ରହିଥିଲା । ଭାରତୀୟ ଟିମ୍ ବାଂଲାଦେଶର ଦୁଇ ବ୍ୟାଟରଙ୍କୁ ପ୍ରଥମ ସେସନରେ ଆଉଟ୍ କରିଥିଲା । ଆକାଶ ଦୀପଙ୍କୁ ଏହି ଦୁଇଟି ୱିକେଟ୍ ମିଳିଥିଲା । ଲଞ୍ଚ ବ୍ରେକ୍ ସୁଦ୍ଧା ବାଂଲାଦେଶ ୨ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୭୪ ରନ୍ ଲଗାଇଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ କରିଛି ।

ଲଞ୍ଚ ବ୍ରେକ୍ ପରେ ବର୍ଷା ଯୋଗୁଁ ମ୍ୟାଚ୍ ବିଳମ୍ୱରେ ଆରମ୍ଭ ହୋଇଥିଲା । ଦ୍ୱିତୀୟ ସେସ୍‌ନ ଆରମ୍ଭ ସହ ଅଶ୍ୱିନଙ୍କ ହାତକୁ ବଲ୍ ଦେଇଥିଲେ ରୋହିତ୍ ଶର୍ମା । ଲଞ୍ଚ୍ ପରେ ଦ୍ୱିତୀୟ ଓଭର ପକାଇ ଅଶ୍ୱିନ ବାଂଲାଦେଶ ଅଧିନାୟକ ନଜମୁଲ ହସନ ସାଣ୍ଟୋଙ୍କୁ ବ୍ୟକ୍ତିଗତ ୩୧ ରନରେ ପାଭେଲିଅନ ପଠାଇଥିଲେ । ଏହାସହ ଅଶ୍ୱିନଙ୍କ ନାଁରେ ଯୋଡ଼ି ହୋଇଥିଲା ଆଉ ଏକ ରେକର୍ଡ । ନଜମୁଲଙ୍କୁ ଆଉଟ୍ କରିବା ସହ ଅଶ୍ୱିନ ଏସିଆରେ ଦ୍ୱିତୀୟ ସବୁଠୁ ଅଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ଅନିଲ କୁମ୍ୱଲେ ଏସିଆରେ ୪୧୯ ଟେଷ୍ଟ ୱିକେଟ୍ ନେଇଛନ୍ତି । ଏସିଆରେ ସବୁଠୁ ଅଧିକ ଟେଷ୍ଟ ୱିକେଟ୍

ଏମ୍ ମୁରଲୀଧରଣ-୬୧୨

ଆର ଅଶ୍ୱିନ*-୪୨୦

ଅନିଲ କୁମ୍ୱଲେ-୪୧୬

ରଙ୍ଗନା ହେରାଥ-୩୫୪

ହରଭଜନ ସିଂ-୩୦୦

ନଜମୁଲଙ୍କୁ ଅଶ୍ୱିନ ଏଲବିଡବ୍ଲୁ ଆଉଟ୍ କରିଥିଲେ ଏବଂ ଏହାସହ ସେ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଏଲବିଡବ୍ଲୁ ୱିକେଟ୍ ନେବାରେ ୫ମ ବୋଲର ହୋଇଛନ୍ତି । ସେ ଅଷ୍ଟ୍ରେଲିଆର ମହାନ ବୋଲର ଗ୍ଲେନ୍ ମ୍ୟାକଗ୍ରାଙ୍କୁ ପଛରେ ପକାଇଛନ୍ତି । ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଏଲବିଡବ୍ଲୁ ୱିକେଟ୍ ନେବାର ରେକର୍ଡ ଅନିଲ କୁମ୍ୱେଲଙ୍କ ନାଁରେ ରହିଛି ।

ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ଅଧିକ ଏଲବିଡ୍ଲୁ କରିଥିବା ବୋଲର

ଅନିଲ କୁମ୍ୱଲେ-୧୫୬

ମୁରଲୀଧରଣ-୧୪୯

ସେନ୍ ୱର୍ଣ୍ଣ-୧୩୮

ୱାସିମ ଆକରମ୍-୧୧୯

ଆର୍ ଅଶ୍ୱିନ-୧୧୪

ଗ୍ଲେନ୍ ମ୍ୟାକଗ୍ରାଥ-୧୧୩

କପିଳ ଦେବ-୧୧୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.