ହତ୍ୟା କେସ୍‌ରେ ଜେଲ୍ ଯିବା ଭୟରେ ସନ୍ନ୍ୟାସ ନେଲେ ଶାକିବ ? କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: ବାଂଲାଦେଶର ବରିଷ୍ଠ ଅଲରାଉଣ୍ଡର ଶାକିବ ଅଲ ହସନ ଅଚାନକ ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ଟେଷ୍ଟ ତାଙ୍କ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ହେବ। ଯଦି ଏହି ମ୍ୟାଚ୍ ଖେଳା ନ ଯାଏ ତେବେ କାନପୁରରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍ ପରେ ସେ ଏହି ଲମ୍ବା ଫର୍ମାଟ୍‌କୁ ଅଲବିଦା କହି ଦେବେ। ପ୍ରଶ୍ନ ଉଠୁଛି ଯେ, ଶାକିବ ଅଚାନକ କାହିଁକି ସନ୍ନ୍ୟାସ ଘୋଷଣା କଲେ ?

ବଂଲାଦେଶରେ ଛାତ୍ର ଆନ୍ଦୋଳନ ଅନେକ ମାସ ପର୍ଯ୍ୟନ୍ତ ଚାଲିଲା।ଏହି ସମୟରେ ବ୍ୟାପକ ହିଂସା ଘଟିଥିଲା। ପରିସ୍ଥିତି ଏମିତି ଉପୁଜିଥିଲା ଯେ, ବାଧ୍ୟ ହୋଇ ଶେଖ ସହିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବାକୁ ପଡ଼ିଥିଲା। ଦେଶରେ ବିକ୍ଷୋଭ ପ୍ରଦର୍ଶନ ବିକରାଳ ରୂପ ନେଇ ସାରିଥିଲା। ଏହା ମଧ୍ୟରେ ରଫିପୁଲ ଇସ୍ଲାମ ନାମକ ଜଣେ ବ୍ୟକ୍ତି ନିଜ ପୁଅ ରୁବେଲଙ୍କ ହତ୍ୟାରେ ଶାକିବ ଅଲ ହସନଙ୍କ ସମେତ ୧୫୬ ଲୋକଙ୍କ ନାଁ ନେଇଥିଲେ, ଯାହାକୁ ନେଇ ଅଡ଼ୁଆରେ ପଡ଼ିଥିଲେ ଶାକିବ। ତାଙ୍କ ନାଁରେ ମାମଲା ବି ରୁଜୁ ହୋଇଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ବିବୃତି ଜାରି କରି କହିଥିଲେ ଯେ, ଯେ ପର୍ଯ୍ୟନ୍ତ କୌଣସି ଅଭିଯୋଗ ସତ୍ୟ ପ୍ରମାଣିତ ନ  ହୋଇଛି ସେ ପର୍ଯ୍ୟନ୍ତ ଶାକିବ ଅଲ ସହନଙ୍କୁ କ୍ରିକେଟ୍ ଖେଳିବା ପାଇଁ ରୋକା ଯାଇ ପାରିବ ନାହିଁ।

Also read: କୋହଲି ନୁହେଁ ଏଇ କ୍ରିକେଟର ଭାଙ୍ଗିବେ ସଚିନ୍‌ଙ୍କ ରେକର୍ଡ, ଭବିଷ୍ୟବାଣୀ କଲେ କଙ୍ଗାରୁ ଖେଳାଳି

ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବା ପରେ ଶାକିବ ଅଲ ହସନ ସ୍ଵଦେଶ ନ ଫେରି ଦୁବାଇ ରାସ୍ତାରେ ଲଣ୍ଡନ ଚାଲି ଯାଇଥିଲେ। ଅର୍ଥାତ ସେ ଗତ ପ୍ରାୟ ଦେଢ ମାସ ହେବ ବାଂଲାଦେଶ ଫେରି ନାହାନ୍ତି। କଣ ଶାକିବଙ୍କୁ ଜେଲ୍ ଯିବାର ଭୟ ରହିଛି, ଯେଉଁ କାରଣରୁ ସେ ଏ ପର୍ଯ୍ୟନ୍ତ ସ୍ଵଦେଶ ଫେରି ନାହାନ୍ତି। ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, କଣ ବାଂଲାଦେଶରେ ତାଙ୍କ ବିରୋଧରେ ରୁଜୁ ଏଫଆଇଆର ଓ ଜେଲ୍ ଯିବା ଭୟରେ ଶାକିବ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ବାଂଲାଦେଶ ଫେରିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ। ଏହା ମଧ୍ୟ ଜଣା ପଡ଼ିବ ଯେ, ତାଙ୍କ ବିରୁଦ୍ଧରେ ରୁଜୁ ଏଫଆଇଆର ଉପରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.