କେବଳ ସୋନାକ୍ଷୀ ନୁହଁନ୍ତି, ଅନ୍ୟଧର୍ମରେ ବିବାହ କରିଛନ୍ତି ବଲିଉଡ୍‌ର ଅନେକ ସେଲିବ୍ରିଟି, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ...

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୦୬: ୭ ବର୍ଷର ଡେଟିଂ ପରେ ବିବାହ କଲେ ଶତ୍ରୁଘ୍ନଙ୍କ ଲାଡଲି । ଜହିର ଇକବାଲଙ୍କୁ ଜୀବନସାଥି କଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଅନ୍ୟ ଧର୍ମରେ ବିବାହ କରିଛନ୍ତି ସୋନାକ୍ଷୀ ସିହ୍ନା । ଯାହକୁ ନେଇ ଖୁବ୍ ଚର୍ଚ୍ଚା । କିନ୍ତୁ କେବଳ ସୋନାକ୍ଷୀ ହିଁ ନୁହଁନ୍ତି ଯିଏକି ଅନ୍ୟଧର୍ମରେ କରିଛନ୍ତି ବିବାହ । ତାଙ୍କ ପୂର୍ବରୁ ଅନେକ ସେଲିବ୍ରେଟି ଅନ୍ୟଧର୍ମରେ କରିଛନ୍ତି ବିବାହ । କିଛି ଦମ୍ପତ୍ତି ଏକାଠି ରହୁଥିବା ବେଳେ ଆଉ କିଛି ହୋଇଛନ୍ତି ଅଲଗା । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ...

ବଲିଉଡ୍‌ର ସବୁଠାରୁ ଫେମସ୍‌ ଦମ୍ପତ୍ତି ଶାହାରୁଖ ଏବଂ ଗୌରୀ । ମାତ୍ର ୧୮ ବର୍ଷ ବୟସରେ ଗୌରୀଙ୍କ ପ୍ରେମରେ ପଡିଥିଲେ ଶାହାରୁଖ । ୧୯୯୧ରେ ଆର୍ଯ୍ୟ ସମାଜର ରୀତିନୀତିରେ ଉଭୟ କରିଥିଲେ ବିବାହ । 

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ । ଆମୀର କିରଣ ରାଓଙ୍କୁ କରିଥିଲେ ପ୍ରେମ ବିବାହ  । ୨୦୦୧ରେ କିରଣଙ୍କ ସହ ହୋଇଥିଲା ପ୍ରଥମ ଦେଖା । ପ୍ରଥମ ପତ୍ନୀ ରିନା ଦତ୍ତଙ୍କ ଠାରୁ ଛାଡପତ୍ର ନେବାର ଅନେକ ବର୍ଷ ପରେ ସେ ଡେଟିଂ କରିଥିଲେ । ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ସେମାନେ ୧ ବର୍ଷ ଏକାଠି ରହୁଥିଲେ । ତେବେ ୨୦୨୧ରେ ଏହି ଲଭବାର୍ଡ ଅଲଗା ହୋଇଥିଲେ । ବର୍ତ୍ତମାନ ଆମୀର ଏବଂ କିରଣ ଭଲ ବନ୍ଧୁ, ପିତାମାତା ଏବଂ ସହକର୍ମୀ । ଉଭୟ ୨୦୨୩ରେ ମିସିଙ୍ଗ୍ ଲେଡିଜ୍ ପାଇଁ ଏକାଠି କାମ କରିଥିଲେ । 

ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା । ୨୦୦୩ରେ ତୁଜେ ମେରୀ କସମ ଫିଲ୍ମ ସେଟରେ ପରସ୍ପରର ପ୍ରେମରେ ପଡିଥିଲେ । ପ୍ରାୟ ଏକ ଦଶନ୍ଧି ଧରି ଡେଟିଂ କରିବା ପରେ ପ୍ରଥମେ ମରାଠୀ ଏବଂ ଏହା ପରଦିନ ଖ୍ରୀଷ୍ଟିଆନ ରୀତିନୀତି କରିଥିଲେ ବିବାହ । ଇଣ୍ଡଷ୍ଟ୍ରିରେ ଏମାନେ ହେଉଛନ୍ତି ସବୁଠାରୁ ପ୍ରିୟ ଦମ୍ପତି । 

କ୍ୟାଟ୍ରିନା କୈଫ ଓ ବିକି କୌଶଲ । ଏହି ଲଭ୍‌ବାର୍ଡ ୨୦୨୧ରେ ରାଜସ୍ଥାନରେ କରିଥିଲେ ଭବ୍ୟ ବିବାହ । ବିବାହ ପୂର୍ବରୁ ଏମାନେ ନିଜ ରିଲେସନ୍‌କୁ ରଖିଥିଲେ ସିକ୍ରେଟ୍‌ । ନିକଟରେ ଲଣ୍ଡନରେ ନଜର ଆସିଥିଲେ ଦମ୍ପତ୍ତି । କ୍ୟାଟ୍ରିନା ଗର୍ଭବତୀ ଥିବା ହୋଇଥିଲା ଚର୍ଚ୍ଚା । କିନ୍ତୁ ଏହା ଗୁଜବ ପ୍ରମାଣିତ ହୋଇଥିଲା ।  

ଦେଶୀଗର୍ଲରୁ ଗ୍ଲୋବାଲ୍ ଆଇକନ୍ । ସେ ମଧ୍ୟ ଅନ୍ୟଧର୍ମରେ କରିଛନ୍ତି ପ୍ରେମ ବିବାହ । ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍ ଜୋନାସ୍ଙ୍କୁ କରିଛନ୍ତି ବିବାହ । ଏହି ଲଭବାର୍ଡ ହିନ୍ଦୁ ଏବଂ ଇସାଇ ରୀତିନୀତିରେ କରିଥିଲେ ବିବାହ । ପ୍ରିୟଙ୍କା ଏବଂ ନିକ୍‌ ବର୍ତ୍ତମାନ ସୁଖି ଜୀବନ ବିତାଉଛନ୍ତି । 

ହ୍ରିତିକ ରୋଶନ ଏବଂ ସୁଜେନ୍‌ ଖାନ । ପିଲାଦିନର ପ୍ରେମୀଯୁଗଳ । ମାତ୍ର ୧୨ ବର୍ଷ ବୟସରେ ପ୍ରେମରେ ପଡିଥିଲେ ହ୍ରିତିକ୍‌ ।  ୨୦ ବର୍ଷ ବୟସରେ ଦୁହେଁ ଆରମ୍ଭ କରିଥିଲେ ଡେଟିଂ । ଉଭୟ ଭିନ୍ନ ଧର୍ମର ହୋଇଥିଲେ ମଧ୍ୟ ୨୦୦୦ରେ କରିଥିଲେ ଗ୍ରାଣ୍ଡ ଓ୍ବେଡିଂ । କିନ୍ତୁ ୨୦୨୦ରେ ଅଲଗା ହୋଇଥିଲେ ଲଭବାର୍ଡ । ସୁଜେନ୍ ଅର୍ସଲାନ ଗୋନିଙ୍କ ସହ ଆଗକୁ ବଢିଥିବା ବେଳେ ହ୍ରିତିକ ପୁଣି ସାବା ଆଜାଦରେ ପ୍ରେମ ପଡିଛନ୍ତି । 

ଖୁବ୍‌ ଚର୍ଚ୍ଚିତ ସୈଫ୍‌ ଅଲି ଖାନ୍‌ ଏବଂ  କରୀନା କପୁରଙ୍କ ବିବାହ । ଜଣେ ହିନ୍ଦୁ ହୋଇଥିବା ବେଳେ ଅନ୍ୟ ଜଣେ ମୁସଲମାନ । ଅମୃତା ସିଂଙ୍କ ଠାରୁ ୨୦୦୪ରେ ଅଲଗା ହୋଇଥିଲେ ସୈଫ୍ । ଏହାର ୪ ବର୍ଷ ପରେ କରୀନାଙ୍କ ପ୍ରେମରେ ପଡିଥିଲେ ସୈଫ୍‌ । ୪ ବର୍ଷ ଡେଟ କରିବା ପରେ ୨୦୧୨ରେ ବିବାହ କରିଥିଲେ ଦମ୍ପତି । ୧୨ ବର୍ଷ ହେଲାଣି ଏହି ଦମ୍ପତ୍ତି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ତେବେ ଅନ୍ୟ ଧର୍ମରେ ବିବାହ କରିବାର ଅର୍ଥ ଧର୍ମ ପରିବର୍ତ୍ତନ କରିବା ନୁହେଁ, ଏହାକୁ ପ୍ରମାଣ କରିଛନ୍ତି ଏହି ଦମ୍ପତ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.