ସାମ୍ ପିଟ୍ରୋଡାଙ୍କୁ କଂଗ୍ରେସରେ ପୁଣି ବଡ଼ ଦାୟିତ୍ୱ, ବିବାଦୀୟ ବୟାନ ପରେ ଦେଇଥିଲେ ଇସ୍ତଫା

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ: ସାମ୍ ପିଟ୍ରୋଡାଙ୍କୁ କଂଗ୍ରେସ ପୁଣି ଥରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଛି । ପିଟ୍ରୋଡାଙ୍କୁ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଚେୟାରମ୍ୟାନ ନିଯୁକ୍ତି କରାଯାଇଛି । ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ବୟାନ ପରେ ସାମ୍ ପିଟ୍ରୋଡା ଇଣ୍ଡିଆନ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ବୁଧବାର ପୁଣି ଥରେ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏକ ପ୍ରେସ୍ ବୟାନ ଜାରି ଏହି ସୂଚନା ଦେଇଛନ୍ତି ।

ଲୋକସଭା ନିର୍ବାଚନ ସମୟରେ ସାମ ପିଟ୍ରୋଡା ମିଡିଆରେ ଦେଇଥିବା ଏକ ସାକ୍ଷାତକାରେ କହିଥିଲେ ଯେ ପୂର୍ବ ଭାରତୀୟ ଚୀନୀ ପରି ଦେଖାଯାଆନ୍ତି, ପଶ୍ଚିମର ଲୋକ ଆରବ ପରି, ଉତ୍ତର ଭାରତୀୟ ଗୋରା ଏବଂ ଦକ୍ଷିଣ ଭାରତୀୟ ଲୋକ ଆଫ୍ରିକୀୟ ପରି ଦେଖାଯାଆନ୍ତି । ସାମ୍ ପିଟ୍ରୋଡାଙ୍କ ଟିପ୍ପଣୀ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ନେତା ତାଙ୍କ ଟିପ୍ପଣୀକୁ ବର୍ଣ୍ଣ ବିଭେଦ ଏବଂ କଂଗ୍ରେସକୁ ବିଭାଜନକାରୀ ବୋଲି ଅଭିଯୋଗ ଆଣିଥିଲେ । ଏହା ପୂର୍ବରୁ ଉତ୍ତରାଧିକାରୀ ଟିକସ କଥା କହି ମଧ୍ୟ ବିବାଦ ସୃଷ୍ଟି କରିଥିଲେ ।

ଲୋକସଭା ନିର୍ବାଚନ ପରେ କଂଗ୍ରେସ ପୁଣି ଥରେ ସାମ୍ ପିଟ୍ରୋଡାଙ୍କୁ ଇଣ୍ଡିଆନ ଓଭରସିସ୍ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ଘୋଷଣା କରିଛି । ସଂସଦରେ ରାହୁଲ ଗନ୍ଧୀଙ୍କୁ ବିରୋଧୀ ଦଳ ନେତା କରିବାର ଗୋଟିଏ ଦିନ ପରେ କଂଗ୍ରେସ ଏହି ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.