କଣ ବ୍ରେକ୍ଅପ୍ କଲେ କରଣ-ତେଜସ୍ଵୀ ? ୩ ବର୍ଷ ଡେଟିଂ ପରେ ହେଲେ ଅଲଗା

Published By : Prameya-News7 Bureau | June 26, 2024 IST

ମୁମ୍ଵାଇ ୨୬।୦୬: ରିୟାଲିଟି ସୋ 'ବିଗ୍ ବସ୍ ୧୫'। ଏହି ଶୋ’ରେ  କରଣ-ତେଜସ୍ଵୀ ପରସ୍ପରରକୁ ଭଲ ପାଇ ବସିଥିଲେ। ପ୍ରଶଂସକମାନେ ଏହି କପଲକୁ ଖୁବ୍‌ ପସନ୍ଦ କରନ୍ତି। ତେଜସ୍ୱୀ ଏବଂ କରଣଙ୍କ ପ୍ରେମ କାହାଣୀ ସଲମାନ ଖାନଙ୍କ ସୋ 'ବିଗ୍ ବସ୍ ୧୫'ରେ ଆରମ୍ଭ ହୋଇଥିଲା। ସେବେଠାରୁ ଦୁହେଁ ଏକାଠି ଅଛନ୍ତି । ତେବେ ଗତ କିଛି ଦିନ ହେବ ସେମାନଙ୍କ ବ୍ରେକଅପ୍ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି। ବର୍ତ୍ତମାନ ଏହା ଏକ ରିପୋର୍ଟ ଦ୍ୱାରା ନିଶ୍ଚିତ ହୋଇଛି।

କରଣ-ତେଜସ୍ୱୀ ଏକ ମାସ ପୂର୍ବରୁ ଅଲଗା ହୋଇଥିଲେ?

ରିପୋର୍ଟରୁ ଜଣାପଡିଛି ଯେ କରଣ ଏବଂ ତେଜସ୍ୱୀ ସେମାନଙ୍କର ତିନି ବର୍ଷର ସମ୍ପର୍କକୁ ସମାପ୍ତ କରିଛନ୍ତି। ଏକ ମାସ ପୂର୍ବରୁ ଘଟିଥିବା ବ୍ରେକଅପ୍ ଲୁଚି ରହିଥିଲା । ବର୍ତ୍ତମାନ, କପଲଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ସେମାନଙ୍କ ମଧ୍ୟରେ କିଛି ସମୟ ପାଇଁ ସମସ୍ୟା ରହିଥିଲା। ଯେଉଁଥିପାଇଁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । 'କରଣ ଏବଂ ତେଜସ୍ୱୀ ଆଉ ପରସ୍ପରକୁ ଡେଟ କରୁନାହାଁନ୍ତି। ସେମାନଙ୍କ ବ୍ରେକଅପ୍ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ସେମାନଙ୍କର ବ୍ରେକଅପ୍ ହେବାର କାରଣ ଜଣା ପଡିନାହିଁ। ମୁଁ କେବଳ ଜାଣେ ଯେ ସେମାନେ ବର୍ତ୍ତମାନ କିଛି ସମୟ ପାଇଁ ପରସ୍ପର ସହ ଛୋଟ ମୋଟୋ ଝଗଡା କରୁଛନ୍ତି ।

ବ୍ରେକଅପ୍ ସମ୍ପର୍କରେ ଉଭୟ ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି

କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ ଖୁବ୍ ଶୀଘ୍ର ସେମାନଙ୍କ ବ୍ରେକଅପ୍ ବିଷୟରେ କହିବାକୁ ଚାହୁଁ ନାହାଁନ୍ତି। ଖବର ଅନୁଯାୟୀ, ଦୁହେଁ ତିନି ବର୍ଷ ଧରି ସେମାନଙ୍କ ପ୍ରଶଂସକଙ୍କ ପାଇଁ 'ପାୱାର୍ କପଲ ' ହୋଇଥିବାରୁ ପ୍ରଶଂସକଙ୍କୁ ଏହି ଖବର ପ୍ରକାଶ କରି ପାରୁ ନାହାଁନ୍ତି। ବ୍ରେକଅପ୍ ସମ୍ପର୍କରେ କରଣ ଏବଂ ତେଜସ୍ୱୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.