ବିହାରରେ ବିତ୍ପାତ ରଚିଲା ବଜ୍ରପାତ, ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୮ ମୃତ

Published By : Prameya-News7 Bureau | June 26, 2024 IST

ପାଟନା ୨୬।୬: ବିହାରର ୬ ଜିଲ୍ଲାରେ ବଜ୍ରପାତ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଜନୈକ ଅଧିକାରୀ  ବୁଧବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଭାଗଲପୁର, ମୁଙ୍ଗେର, ଜମୁଇ, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ ଏବଂ ଅରରିୟା ଜିଲ୍ଲାରେ ଏହି ସବୁ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଉଦବେଗ ପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଅନୁସାରେ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଘୋଷଣା ହୋଇଛି। ସିଏମଓଙ୍କ ବୟାନ ଅନୁସାରେ ଭାଗଲପୁର ଓ ମୁଙ୍ଗେରରେ ଦୁଇଟି ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ଜମୁଇ, ପୂର୍ବଚମ୍ପାରଣ, ପଶ୍ଚିମ ଚମ୍ପାରଣ ଓ ଅରରିୟାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୟାନରେ ମୁଖ୍ୟମନ୍ତ୍ରୀ ପାଗ ଖରାପ ଥିବା ବେଳେ ସାବଧାନତା ଅବଲମ୍ବନ କରିବା ଓ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଦ୍ୱାରା ଜାରି ହେଉଥିବା ଗାଇଡଲାଇନ ପାଳନ କରିବାକୁ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.