CBI ହାଜତରେ କେଜରିୱାଲଙ୍କୁ ମିଳିବ ଏହି ସବୁ ସୁବିଧା, ଜାଣନ୍ତୁ କ’ଣ କହିଛନ୍ତି କୋର୍ଟ?

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ବୁଧବାର ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସିବିଆଇ କୋର୍ଟଙ୍କୁ ୫ ଦିନ ରିମାଣ୍ଡ ନିବେଦନ କରିଥିଲା। ତେବେ କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି। ସ୍ୱତନ୍ତ୍ର ସିବିଆଇ ଜଜ୍ ଅମିତାଭ ରାବତ ତାଙ୍କ ଆଦେଶରେ କହିଛନ୍ତି ଯେ କେଜରିୱାଲଙ୍କୁ ୨୯ ଜୁନ ସନ୍ଧ୍ୟା ୭ଟା ସୁଦ୍ଧା କୋର୍ଟରେ ହାଜର କରାଯିବ। କୋର୍ଟରୁ ରିମାଣ୍ଡ ମିଳିବା ପରେ କେଜରିୱାଲଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି। 

କେଜରିୱାଲଙ୍କ ସିବିଆଇ ରିମାଣ୍ଡରେ ପଠାଇବା ପରେ କୋର୍ଟ ଉଠିଯାଇଥିଲେ। ତେବେ କିଛି ସମୟ ପରେ କୋର୍ଟ ପୁଣି ବସିଥିଲା। କାରଣ କେଜରିୱାଲ କୋର୍ଟଙ୍କୁ କିଛି ସୁବିଧା ମାଗିଥିଲେ। ଏହା ପରେ କୋର୍ଟ ରିମାଣ୍ଡ ନେଇ ଦେଇଥିବା ନିଜ ଆଦେଶରେ ସ୍ପଷ୍ଟିକରଣ ଦେଇଥିଲେ। କୋର୍ଟ କହିଛନ୍ତି ଯେ କେଜରିୱାଲ ସିବିଆଇ ହାଜତରେ ରହିବା କାଳରେ ସେ ନିଜ ପାଖରେ ଚଷମା, ଔଷଧ ରଖି ପାରିବା ସହ ଘର ତିଆରି ଖାଦ୍ୟ ଖାଇବେ ଓ ପ୍ରତ୍ୟହ ସେ ପତ୍ନୀ ଓ ପରିବାର ସଦସ୍ୟଙ୍କ ସହ ୧ ଘଣ୍ଟା ବିତାଇ ପାରିବେ। 

ତେବେ କେଜରିୱାଲ କହିଥିଲେ ଯେ ସେ ଶୋଇବା ପୂର୍ବରୁ ଗିତା ପଢନ୍ତି ଏଣୁ ତାଙ୍କୁ ଅନୁମତି ଦିଆଯାଉ। ଏହା ଉପରେ ରାଉଜ ଏଭେନ୍ୟୁ କୋର୍ଟ ସିବିଆଇକୁ ତାଙ୍କୁ ଶ୍ରୀମଦଭଗତ ଗିତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.