ଗ୍ରେଟର ନୋଏଡାରେ ଅଘଟଣ: କାନ୍ଥ ପଡ଼ି ୩ ଶିଶୁ ମୃତ, ୫ ଆହତ

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ଅଭାବନୀୟ ଘଟଣା । ସୁରଜପୁର କୋତଓ୍ବାଲି ଅଞ୍ଚଳରେ କାନ୍ଥ ପଡ଼ି ୩ ଶିଶୁ ମୃତ୍ୟୁ । ଶୁକ୍ରବାର ସଂଧ୍ୟାରେ ଏକ ନିର୍ମାଣଧୀନ ବିଲ୍ଡିଂର କାନ୍ଥ ପଡ଼ି ଏଭଳି ଅଘଟଣ ଘଟିଛି । ମୋଟ୍ ୮ଜଣ ଛୋଟ ପିଲା କାନ୍ଥ ତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ସେଠାରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩ଜଣ ପ୍ରାଣ ହରାଇଥିବା ବେଳେ ୫ ଆହତ ହୋଇଥିବା ସୂଚନା ମିଳିଛି । 

ନୋଏଡା ଡିସିପି ହୃଦୟ କଠେରିଆ କହିଛନ୍ତି, ସୁରଜପୁରରେ ଖୋଦନା କାଲା ଗାଁରେ ନିର୍ମାଣଧୀନ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏହି ଅଘଟଣ ଘଟିଛି । ଘର ଭିତରେ କିଛି ଛୋଟ ପିଲା ଖେଳୁଥିବା ବେଳେ ଏହି ପ୍ରଥମ କାନ୍ଥ ଭୁଶୁଡ଼ି ପଡ଼ିଥିଲା ପରେ ଛାତ ଦବି ଯାଇଥିଲା । ଫଳରେ ୮ଜଣ ଛୋଟ ପିଲା ଏହା ତଳେ ଦବି ଯାଇଥିଲେ । ପିଲାମାନେ ଚିତ୍କାର କରିବା ପରେ ଗ୍ରାମବାସୀ ବିଲ୍ଡିଂ ଭିତରେ ପଶି ସେମାନଙ୍କୁ ଉଦ୍ଧାର କରିଥିଲେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.