ଲେଖାପଢା ଜାଣିନଥିବାରୁ ହରାଇଲେ ସରପଞ୍ଚ ପଦ, ଦାୟିତ୍ୱ ନେଲେ ନାଏବ ସରପଞ୍ଚ

Published By : Prameya-News7 Bureau | June 26, 2024 IST

ଭଦ୍ରକ ୨୬/୦୬: ଲେଖା ପଢା ଜାଣିନଥିବାରୁ ପଦ ହରାଇଲେ ସରପଞ୍ଚ । ନୂତନ ଭାବେ ଦାୟିତ୍ୱ ନେଲେ ନାଏବ ସରପଞ୍ଚ । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ବୟାଙ୍ଗଡିହି ପଂଚାୟତର ସରପଞ୍ଚ କୁନ୍ତଳା ମଳିକ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରାଙ୍କୁ ହରାଇ ସରପଞ୍ଚ ହୋଇଥିଲେ । 

ଜଣେ ସରପଞ୍ଚଙ୍କ ଯୋଗ୍ୟତା ହିସାବରେ ସେ ଓଡିଆ ପଢ଼ି ଲେଖିପାରୁଥିବା ଦରକାର । ହେଲେ କୁନ୍ତଳା ଓଡିଆ ପଢ଼ି ଲେଖି ପାରୁ ନଥିବା ନେଇ ଧାମନଗର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରା । ତେବେ କୁନ୍ତଳା କୋର୍ଟରେ ନିଜକୁ ପାଠ ପଢୁଆ ନେଇ ସାବ୍ୟସ୍ତ କରିପାରିନଥିଲେ । ତେବେ କୋର୍ଟ ତାଙ୍କ ସରପଞ୍ଚ ପଦ ରଦ୍ଧ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ପରେ କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ତ କରିପାରିନଥିଲା । ଶେଷରେ ନିଜ ସରପଞ୍ଚ ପଦ ହରାଇଛନ୍ତି କୁନ୍ତଳା ମଲ୍ଲିକ । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଚିଠି ଅନୁସାରେ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ପଞ୍ଚାୟତର ନାଏବ ସରପଞ୍ଚ ପ୍ରଦିପ ବାରିକଙ୍କୁ ପଂଚାୟତର ସରପଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଛି । 

ନିର୍ବାହୀ ଅଧିକାରୀ ସରପଞ୍ଚ ଭବେ ପ୍ରଦିପ ବାରିକଙ୍କୁ ଶପଥ ପାଠ କରାଇଥିଲେ । ମୋଟ ୧୫ ଟି ୱାର୍ଡ କୁ ନେଇ ଏହି ପଞ୍ଚାୟତ ଗଠିତ । ଏଥିପାଇଁ ୧୦ ଟି ୱାର୍ଡ ମେମ୍ବର ସମର୍ଥନ ମଧ୍ୟ କରିଥିଲେ । ସେପଟେ ବାରମ୍ବାର ନୋଟିସ ସତ୍ତ୍ବେ ସରପଞ୍ଚ କୁନ୍ତଳା ମଲ୍ଲିକ ନିଜର ପଦ ଛାଡ଼ୁନଥିଲେ।  

ଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଧାମନଗର BDO ସରପଞ୍ଚ ପଦ ରଦ୍ଧ ନେଇ କୁନ୍ତଳାଙ୍କ ବାସଭବନ ଆଗରେ ନୋଟିସ ଲଗାଇଲେ । ନାଏବ ସରପଞ୍ଚ ପ୍ରଦିପ ବାରିକଙ୍କୁ ସରପଞ୍ଚ ଭାବେ ଦାୟିତ୍ବ ହସ୍ତାନ୍ତର କରିଥିଲେ । ପରବର୍ତ୍ତୀ ସମୟରେ ପଞ୍ଚାୟତରେ  ନିର୍ବାଚନ କରିଯିବା ନେଇ ବିଜ୍ଞପ୍ତି କରିବା ନେଇ ଚିଠିରେ ଦର୍ଶାଯାଇଛି। ତେବେ ଏନେଇ କୁନ୍ତଳା ଗଣମାଧ୍ୟମକୁ କିଛି କହିବାକୁ ମନା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.