ବାଇକ୍‌କୁ ଧକ୍କା ଦେଲା ବସ୍, ମେଡିକାଲ ନେବା ରାସ୍ତାରେ ଚାଲିଗଲା ଆରୋହୀଙ୍କ ଜୀବନ

Published By : Prameya-News7 Bureau | June 29, 2024 IST

କୋଣାର୍କ ୨୯।୦୬ : ପୁରୀ ଜିଲ୍ଲା କୋଣାର୍କ କଲେଜ ଛକରେ ଦୁର୍ଘଟଣା । ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ ରଞ୍ଜିତ ପୋଟେଇ । ଏହି ସମୟରେ ଯୁବକଙ୍କ ବାଇକ୍‌କୁ ପଛପଟୁ ଏକ ବସ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ରଞ୍ଜିତ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ରଞ୍ଜିତଙ୍କୁ ପ୍ରଥମେ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଭୁବେନଶ୍ବର ଯିବା ବାଟରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା l ମୃତକ ଜଣଙ୍କ କାକଟପୁର ସାହୁପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି l ଘଟଣାସ୍ଥଳରେ କୋଣାର୍କ ପୋଲିସର ତଦନ୍ତ ଜାରି ରଖିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.