ଟେମ୍ପଲ ସିଟିର ଉଦଘାଟନ କଲେ ମନ୍ତ୍ରୀ, କହିଲେ ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଗୁରୁତ୍ୱ ଦେଉଛନ୍ତି ସରକାର

Published By : Prameya-News7 Bureau | July 01, 2024 IST

ଭଦ୍ରକ ୦୧/୦୭: ଭାରତୀୟ ନାଟକ ଏକାଡେମୀ ତରଫରୁ ସାରା ଦେଶରେ ଥିବା ମନ୍ଦିର ଗୁଡିକର ପ୍ରଥା, ପରମ୍ପରା, ଲୋକକଥା ଓ ସଂସ୍କୃତିକୁ ଅନ୍ୟ ମନ୍ଦିର ସହ ଯୋଡିବା ନେଇ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଟେମ୍ପୁଲ ସିଟି କାର୍ଯ୍ୟକ୍ରମ । ଓଡିଶାରେ ପ୍ରଥମ ଥର ଏହି କାର୍ଯ୍ୟକ୍ରମ ଓଡିଶା ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ହୋଇଛି । 

ଭଦ୍ରକ ଜିଲ୍ଲା ଧୂସୁରି ସ୍ଥିତ ପୁଜ୍ୟପୂଜା ସାହିତ୍ୟ ସଂସଦ ଭବନ ପରିସରରେ ଓଡିଶା ସରକାରଙ୍କର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ମାନ୍ୟବର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଗରିମା ସମ୍ପନ୍ନ ଓଡ଼ିଆ ସଂସ୍କୃତି ଆମର ଜୀବନଶୈଳୀକୁ ଅନେକ ମାତ୍ରାରେ ପ୍ରଭାବିତ କରେ । ବର୍ତ୍ତମାନର ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଗୁରୁତ୍ୱ ଦେଉଛି । 


ଆଗାମୀ ଦିନରେ ଏ ଦିଗରେ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ । ହଜାର ହଜାର ବର୍ଷ ତଳର ଆମ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି । ଏହି ଅବସରରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ସଂସ୍କୃତି ଓ ଲୋକକଥାକୁ ପ୍ରଦର୍ଶିତ କରିବା ପାଇଁ କଳାକାର ମାନେ ନିଜ କଳା ପ୍ରଦର୍ଶନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.