କି ଇଞ୍ଜେକସନ ଫୋଡିଲେ, ବେକ ଅପରେସନ ପାଇଁ ଆସିଥିବା ପୁଅର ଜୀବନ ଚାଲିଗଲା

Published By : Prameya-News7 Bureau | July 03, 2024 IST

କଟକ ୩/୭: କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଭୁଲ୍‌ ଇଞ୍ଜେକସନରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ଅଞ୍ଚଳର ରଶ୍ମିରଞ୍ଜନ ମଲ୍ଲିକ ବେକରେ ଅପରେସନ ପାଇଁ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । ଅପରେସନ ପୂର୍ବରୁ ଇଞ୍ଜେକସନ ଦେବା ପରେ ଗୁରୁତର ହୋଇପଡିଥିଲେ ରଶ୍ମିରଞ୍ଜନ । ସଙ୍ଗେ ସଙ୍ଗେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୁଲ ଇଞ୍ଜେକସନ ପାଇଁ ପୁଅର ମୃତ୍ୟୁ ହୋଇଥିବା ସଂଗୀନ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ । ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନି । ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାର ତଦନ୍ତ କରୁଛି । 


 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.